ETV Bharat / international

ବଢୁଛି ସଙ୍କଟ, ନେପାଳରେ ପୁଣି ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ - ନେପାଳରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ସୋମବାର 226ଟି କେସ ଥିଲା । ମଙ୍ଗଳବାର ଏହାଠାରୁ 62ଟି ଅଧିକ କେସ ରହିଛି । ଅଧିକ ପଢନ୍ତୁ...

ବଢୁଛି ସଙ୍କଟ, ନେପାଳରେ ପୁଣି ସର୍ବାଧିକ ଆକ୍ରାନ୍ତ

author img

By

Published : Jun 2, 2020, 10:00 PM IST

କାଠମାଣ୍ଡୁ: ନେପାଳରେ ଲଗାତାର ଦ୍ବିତୀୟ ଦିନ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ସୋମବାର ଗୋଟିଏ ଦିନରେ ବାହାରିଥିବା ଆକ୍ରାନ୍ତଙ୍କୁ ପାର କରିଛି ମଙ୍ଗଳବାର ସଂଖ୍ୟା । ଫଳରେ 24 ଘଣ୍ଟାରେ ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତ ବାହାରିଥିବାର ରେକର୍ଡ ହୋଇଛି ।

ମଙ୍ଗଳବାର ଦେଶରେ ମୋଟ୍ 288ଟି ମାମଲା ବାହାରିଛି । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ସୋମବାର 226ଟି କେସ ଥିଲା । ମଙ୍ଗଳବାର ଏହାଠାରୁ 62ଟି ଅଧିକ କେସ ରହିଛି । ଏହାସହ ଦେଶରେ କୋରୋନା ଆକ୍ରାନ୍ତ 2000 ପାର କରିଛି । ଏବେ ସୁଦ୍ଧା ମୋଟ୍ 2099 ଜଣେ କୋରୋନାର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 266 ଜଣ ସୁସ୍ଥ ହେବା ସହ 8 ଜଣଙ୍କର ମୃତ୍ୟୁ ହୋଇଛି ।

ମଙ୍ଗଳବାର ବାହାରିଥିବା 288 ଆକ୍ରାନ୍ତଙ୍କ ମଧ୍ୟରୁ 270 ଜଣ ପୁରୁଷ ଓ 18 ଜଣ ମହିଳା । ରାଉଟହାଟରୁ ସର୍ବାଧିକ 94ଟି ମାମଲା ସ୍ପଷ୍ଟ ହୋଇଛି । ପୂର୍ବରୁ ଏପ୍ରିଲ ମାସରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବା ବେଳେ ମେ ମାସରେ ବିପୁଳ ମାତ୍ରାରେ ବୃଦ୍ଧି ପାଇଛି । ତେବେ ସରକାରଙ୍କ ପକ୍ଷରୁ ଲକଡାଉନ ସମୟସୀମା 12 ଦିନ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ଜୁନ୍ 2 ଥିବାବେଳେ ଏବେ ଏହାକୁ ଜୁନ୍ 15 ଯାଏଁ ବଢାଯାଇଛି । ଜୁନ୍ ଶେଷ ଯାଏଁ ସମସ୍ତ ପ୍ରକାର ବିମାନ ସେବା ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.