ETV Bharat / international

ମେଡ୍‌ ଇନ ଇଣ୍ଡିଆ ଟିକା ନେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

author img

By

Published : Mar 7, 2021, 7:03 PM IST

ରବିବାର କାଠମାଣ୍ଡୁର ମହାରାଜାଗଞ୍ଜ ସ୍ଥିତ ତ୍ରିଭୂବନ ୟୁନିଭର୍ସିଟି ଟିଚିଙ୍ଗ୍‌ ହସ୍ପିଟାଲରେ ମେଡ୍‌ ଇନ ଇଣ୍ଡିଆ ଟିକା ନେଇଛନ୍ତି ନେପାଳ ପିଏମ ଓଲି । ଅଧିକ ପଢନ୍ତୁ...

ମେଡ୍‌ ଇନ ଇଣ୍ଡିଆ ଟିକା ନେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି
ମେଡ୍‌ ଇନ ଇଣ୍ଡିଆ ଟିକା ନେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

କାଠମାଣ୍ଡୁ: ନେପାଳର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନେଇଛନ୍ତି ମେଡ୍‌ ଇନ ଇଣ୍ଡିଆ ଭ୍ୟାକ୍ସିନର ପ୍ରଥମ ଡୋଜ । ରବିବାର କାଠମାଣ୍ଡୁର ମହାରାଜାଗଞ୍ଜ ସ୍ଥିତ ତ୍ରିଭୂବନ ୟୁନିଭର୍ସିଟି ଟିଚିଙ୍ଗ୍‌ ହସ୍ପିଟାଲରେ ଏହି ଟିକା ନେଇଛନ୍ତି ପିଏମ ଓଲି ।

ଭ୍ୟାକ୍ସିନ ନେବା ପରେ ପିଏମ ଓଲି ଯୋଗ୍ୟ ଜନସାଧାରଣଙ୍କୁ ନିର୍ଭୟରେ ଟିକା ନେବାକୁ ଅପିଲ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଓଲିଙ୍କ ପତ୍ନୀ ରାଧିକା ସାଇକିଆଙ୍କୁ ମଧ୍ୟ ଭାରତ ପକ୍ଷରୁ ତିଆରି ଭ୍ୟାକ୍ସିନ ଦିଆଯାଇଥିବା ଜଣାପଡିଛି । 65 ବର୍ଷୀୟ ଓଲିଙ୍କର 2020ରେ କିଡନୀ ପ୍ରତିରୋପଣ ହୋଇଥିଲା ।

ନେପାଳରେ ଏବେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ 65 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯାଉଛି ଟିକା । ଚଳିତ ବର୍ଷ ଆରମ୍ଭରେ ନେପାଳକୁ 10 ଲକ୍ଷ କୋରୋନା ଟିକା କୋଭିସିଲ୍ଡ ପଠାଇଥିଲା ଭାରତ । ପୁଣେର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ଟିକା ହମାଳୟ ପାଦ ଦେଶରେ ଅବସ୍ଥିତ ଦେଶଗୁଡିକୁ ପଠାଯାଇଛି । ମୈତ୍ରୀ ଅଭିଯାନ ଅନ୍ତର୍ଗତ ପଡୋଶୀ ଦେଶକୁ ଟିକା ବଣ୍ଟନ କରୁଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.