ETV Bharat / international

ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ନେପାଳ ସାଂସଦଙ୍କ କୋରୋନା ଟେଷ୍ଟ - ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ନେପାଳ ସାଂସଦଙ୍କ କୋରୋନା ଟେଷ୍ଟ

ନେପାଳରେ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୁରୁବାର ସମସ୍ତଙ୍କ କୋରୋନା ଟେଷ୍ଟ ହୋଇଛି । ସବୁ ସାଂସଦ ନିଜ ସ୍ବାବ ସାମ୍ପଲ ଦେବା ପରେ ଏସବୁକୁ ପରୀକ୍ଷା ପାଇଁ ପଠାଯାଇଛି । ଅଧିକ ପଢନ୍ତୁ...

ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ନେପାଳ ସାଂସଦଙ୍କ କୋରୋନା ଟେଷ୍ଟ

author img

By

Published : May 7, 2020, 11:30 PM IST

କାଠମାଣ୍ଡୁ: ଶୁକ୍ରବାର ନେପାଳରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ଉଭୟ ଉପର ଓ ତଳ ହାଉସରେ ଯୋଗ ଦେବେ ସମସ୍ତ ସାଂସଦ । ଏଥିପାଇଁ ଗୁରୁବାର ସମସ୍ତଙ୍କ କୋରୋନା ଟେଷ୍ଟ ହୋଇଛି ।

ସବୁ ସାଂସଦ ନିଜ ସ୍ବାବ ସାମ୍ପଲ ଦେବା ପରେ ଏସବୁକୁ ପରୀକ୍ଷା ପାଇଁ ପଠାଯାଇଛି । ଲକଡାଉନରେ ସମସ୍ତେ ନିଜ ନିଜ ଘରକୁ ଯାଇଥିବାବେଳେ କେତେକ କୋରୋନା ସଂକ୍ରମିତ ଅଞ୍ଚଳରୁ ଆସିଛନ୍ତି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ଏପରି ବ୍ୟବସ୍ଥା ନିଆଯାଇଥିବା ଜାତୀୟ ବିଧାନସଭାର ଚେୟାରମ୍ୟାନ ଗଣେଶ ପ୍ରସାଦ କହିଛନ୍ତି । ଅନେକ ଦିନ ପରେ ଏକ ବଡ ଧରଣର ସମାଗମ ହେଉଥିବାବେଳେ ଏହା ପ୍ରତି ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଯଦି ଜଣେ ବି ସାଂସଦ ଆକ୍ରାନ୍ତ ବାହାରନ୍ତି ତେବେ ପ୍ରାୟ 700 ଲୋକଙ୍କୁ କ୍ବାରେନଣ୍ଟାଇନରେ ରଖିବା ଛଡା ଅନ୍ୟ ଉପାୟ ନାହିଁ ବୋଲି ସେ କହିଛନ୍ତି । ସେଥିପାଇଁ ପୂର୍ବରୁ ପ୍ରସ୍ତୁତି କରୁଛନ୍ତି ସରକାର । ମୋଟ 203 ଜଣ ସାଂସଦ ଗୁରୁବାର ନମୁନା ପରୀକ୍ଷା କରିଛନ୍ତି । ନେପାଳର ଉପର ହାଉସରେ 59 ସଦସ୍ୟ ଥିବାବେଳେ ତଳ ହାଉସରେ 275 ଜଣ ସଦସ୍ୟ ଅଛନ୍ତି । ବୁଧବାର ସମସ୍ତ ମନ୍ତ୍ରୀ ଓ ଉଭୟ ହାଉସର ବାଚସ୍ପତି ପ୍ରମୁଖ ନିଜ ପରୀକ୍ଷା କରିସାରିଛନ୍ତି ।

ଶୁକ୍ରବାର ସୁଦ୍ଧା ସମସ୍ତ ସାଂସଦଙ୍କ ରିପୋର୍ଟ ଆସିଯିବ । ଗୃହରେ ପ୍ରବେଶ ପୂର୍ବରୁ ଏହାକୁ ଦେଖାଇବା ବାଧ୍ୟତାମୂଳକ ବୋଲି ଜଣାପଡିଛି । ସେହିପରି ଗୃହ ମଧ୍ୟରେ କାର୍ଯ୍ୟ ପରିଚାଳନା ବେଳେ ସାମାଜିକ ଦୂରତ୍ବ ରକ୍ଷା ଉପରେ ଗୁରୁତ୍ବ ଦିଆଯିବ ବୋଲି ଗଣେଶ ପ୍ରସାଦ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.