ETV Bharat / international

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ନେଇ ନେପାଳର ଶୋକପ୍ରକାଶ

ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଯୋଗୁଁ ଘଟିଥିବା କ୍ଷୟକ୍ଷତିରେ ନେପାଳ ସରକାର ଶୋକପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ନେଇ ନେପାଳର ଶୋକପ୍ରକାଶ
ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ନେଇ ନେପାଳର ଶୋକପ୍ରକାଶ
author img

By

Published : May 23, 2020, 1:02 AM IST

କାଠମାଣ୍ଡୁ: ବାଂଲାଦେଶ ପରେ ପଶ୍ଚିମବଙ୍ଗକୁ ସମବେଦନା ଜଣାଇଛି ନେପାଳ । ବାତ୍ୟା ଅମ୍ଫାନ ଯୋଗୁଁ ଘଟିଥିବା କ୍ଷୟକ୍ଷତି ନେଇ ଏହା ଶୋକପ୍ରକାଶ କରିଛି । ଏହାସହ ଲୋକଙ୍କ ଜୀବନ ହାନି ଉପରେ ମଧ୍ୟ ଦୁଃଖ ପ୍ରକାଶ କରିଛି ହିମାଳୟ ରାଷ୍ଟ୍ର ।

ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଯୋଗୁଁ ଘଟିଥିବା କ୍ଷୟକ୍ଷତିରେ ନେପାଳ ସରକାର ଶୋକପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଓ ଭାରତ ସରକାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ନେପାଳ ସରକାର । ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ସମବେଦନା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ବୁଧବାର ଭାରତ ଓ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଅମ୍ଫାନ । ବାଂଲାଦେଶରେ ଏହା ପ୍ରବଳ କ୍ଷତି ସାଧନା କରିଥିଲା । ସେହିପରି ପଶ୍ଚିମବଙ୍ଗରେ ବାତ୍ୟା ଯୋଗୁଁ ପ୍ରାୟ 72 ଜଣଙ୍କର ମୃତ୍ୟୁ ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.