ETV Bharat / international

ନେପାଳରେ କ୍ଷମତା ସଂଘର୍ଷ: ସଂସଦ ଭଙ୍ଗକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆସନ୍ତା ବର୍ଷ ନିର୍ବାଚନ

ନେପାଳ ସଂସଦ ଭଙ୍ଗ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ଆସନ୍ତା ବର୍ଷ ହେବ ମଧ୍ୟବର୍ତ୍ତୀକାଳୀନ ସଂସଦ ନିର୍ବାଚନ । ଏପ୍ରିଲ 30 ଓ ମେ 10 ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ଅଧିକ ପଢନ୍ତୁ...

author img

By

Published : Dec 20, 2020, 6:07 PM IST

ନେପାଳରେ କ୍ଷେମତା ସଂଘର୍ଷ: ସଂସଦ ଭଙ୍ଗକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆସନ୍ତା ବର୍ଷ ନିର୍ବାଚନ

କାଠମାଣ୍ଡୁ: ନେପାଳରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ସଂସଦ ଭଙ୍ଗ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ନେପାଳର ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଘୋଷଣା ମଧ୍ୟ କରିଛନ୍ତି ରାଷ୍ଟ୍ରପତି ।

ନେପାଳରେ ଆସନ୍ତା ବର୍ଷ ହେବ ମଧ୍ୟବର୍ତ୍ତୀକାଳୀନ ସଂସଦ ନିର୍ବାଚନ । ଏପ୍ରିଲ 30 ଓ ମେ 10 ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏହା ପରେ ନୂଆ ସରକାରର ଗଠନ କରାଯିବ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ସଂସଦ ଭଙ୍ଗ ନେଇ ନିଷ୍ପତ୍ତି ନେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ବାସଭବନରେ ପହଞ୍ଚି ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ସୁପାରିଶକୁ ରାଷ୍ଟ୍ରପତି ଗ୍ରହଣ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଘୋଷଣା କରିଦେଇଛନ୍ତି ।

ନେପାଳରେ କ୍ଷମତା ସଂଘର୍ଷ: ସଂସଦ ଭଙ୍ଗକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆସନ୍ତା ବର୍ଷ ନିର୍ବାଚନ
ନେପାଳରେ କ୍ଷମତା ସଂଘର୍ଷ: ସଂସଦ ଭଙ୍ଗକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆସନ୍ତା ବର୍ଷ ନିର୍ବାଚନ

ସବୁଠୁ ବଡ କଥା ହେଉଛି ଯେ ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ କରିବାର କୌଣସି ପ୍ରାବଧାନ ନାହିଁ । ଏଭଳିସ୍ଥିତିରେ ଅନ୍ୟ ରାଜନୈତିକ ଦଳ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରନ୍ତି । ତେବେ ଓଲି ସରକାରଙ୍କ ଏହି ଅସମ୍ବିଧାନିକ ନିଷ୍ପତ୍ତି ଉପରେ ରାଷ୍ଟ୍ରପତି ପରବର୍ତ୍ତୀ ସମୟରେ କଣ ରାୟ ଶୁଣାଇବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବିଧାନିକ ପରିଷଦ ଅଧିନିୟମ ସହ ସମ୍ବନ୍ଧିତ ମଙ୍ଗଳବାର ଜାରି କରାଯାଇଥିବା ଏକ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଓଲିଙ୍କ ଉପରେ ରାଜନୈତିକ ଚାପ ପଡୁଥିଲା । ରାଷ୍ଟ୍ରପତି ବିଦ୍ୟାଦେବୀ ଭାଣ୍ଡାରୀ ମଧ୍ୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ତେବେ ଯେତେବେଳେ ପ୍ରଧାନମନ୍ତ୍ରୀ ଓଲିଙ୍କ ପକ୍ଷରୁ ରବିବାର ସକାଳେ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଗଲା, ସେତେବେଳେ ଅନୁମାନ କରାଯାଉଥିଲା ଯେ ଅଧ୍ୟାଦେଶ ବଦଳାଇବା ପାଇଁ ସୁପାରିଶ କରାଯିବ । ହେଲେ ଓଲି ସରକାର ସଂସଦକୁ ହିଁ ବଙ୍ଗ କରିବାର ନିଷ୍ପତ୍ତି ନେଇ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.