ETV Bharat / international

ନେପାଳରେ ପାଖଉଛି ଲକଡାଉନ ସମାପ୍ତ ଅବଧି, ବଢିଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା - ନେପାଳ ଖବର

ଲମ୍ବା ସମୟ ଯାଏଁ ଲକଡାଉନ ଲାଗୁ କରିଥିବା ଦେଶମାନଙ୍କ ମଧ୍ୟରେ ନେପାଳରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ପୂର୍ବରୁ ମେ 17 ଯାଏଁ ଲାଗୁ ଥିବା ଲକଡାଉନ ଏବେ ଜୁନ 2 ଯାଏଁ ବଢାଯାଇଛି । ଅଧିକ ପଢନ୍ତୁ...

ପାଖଉଛି ଲକଡାଉନ ସମାପ୍ତ ଅବଧି, ବଢିଚାଲିଛି କୋରୋନା ଆକ୍ରାନ୍ତ

author img

By

Published : May 23, 2020, 8:28 PM IST

କାଠମାଣ୍ଡୁ: ନେପାଳରେ ଲକଡାଉନର ଅବଧି କ୍ରମଶଃ ଶେଷ ହେବାକୁ ଯାଉଛି । ଜୁନ 2ରେ ଏହି କଟକଣା ଶେଷ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ପ୍ରତିଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଶନିବାର 32ଟି ନୂଆ ମାମଲା ବାହାରିବା ସହ ଏହି ହିମାଳୟ ରାଷ୍ଟ୍ର ସଙ୍କଟରେ ପଡିଛି । ପ୍ରଥମେ ମାତ୍ର 34ଟି କେସ ପରେ ଶାନ୍ତ ଥିବା ଏହି ଦେଶରେ ଅଚାନକ 2ରୁ 3 ସପ୍ତାହ ଭିତରେ କୋରୋନା ମାମଲା ବୃଦ୍ଧି ପାଇଚାଲିଛି । ଏବେ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତ 548ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟ ସୂଚନା ଦେଇଛି ।

ମୋଟ 32 କେସ ମଧ୍ୟରୁ 13ଟି ସରଲାହି ଜିଲ୍ଲାର ହୋଇଥିବାବେଳେ 8ଟି ଲେଖାଏଁ ରୂପାନଦେହି ଓ କପିଳବାସ୍ତୁରୁ ବାହାରିଛି । ସେହିପରି ବରା, କାଠମାଣ୍ଡୁ ଓ ଚିଟୱାନରୁ ଗୋଟିଏ ଲେଖାଏଁ ପଜିଟିଭ ସ୍ପଷ୍ଟ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ବରାରୁ 6ଟି କେସ ବାହାରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ସପ୍ତାହ ହେବ ନେପାଳରେ କୋରୋନା ଆକ୍ରାନ୍ତରେ ବିପୁଳ ବୃଦ୍ଧି ପରିଲକ୍ଷିତ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା ଏଠାରେ ପଜିଟିଭ ସଂଖ୍ୟା 50 ତଳେ ଥିଲା । ହେଲେ ମେ ମାସରେ ଏହା ଅଧିକ ବୃଦ୍ଧି ପାଇଛି । ତେବେ ଲମ୍ବା ସମୟ ଯାଏଁ ଲକଡାଉନ ଲାଗୁ କରିଥିବା ଦେଶମାନଙ୍କ ମଧ୍ୟରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ପୂର୍ବରୁ ମେ 17 ଯାଏଁ ଲାଗୁ ଥିବା ଲକଡାଉନ ଏବେ ଜୁନ 2 ଯାଏଁ ବଢାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ବର୍ତ୍ତମାନ ଦକ୍ଷିଣ ପୂର୍ବ ନେପାଳରେ କୋଭିଡ 19ର ଅଧିକ ପଜିଟିଭ ବାହାରୁଛନ୍ତି । ଉଦୟପୁର ପରେ ଏବେ ଝାପାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ହିମାଳୟ ଦେଶର ମୋଟ 77ଟି ଜିଲ୍ଲା ମଧ୍ୟରୁ 38ଟି ଜିଲ୍ଲାରେ କୋରୋନା ଭୂତାଣୁ ସଂକ୍ରମଣ ହୋଇସାରିଲେଣି । ପ୍ରାୟ 36 ହଜାର ଲୋକଙ୍କର କୋରୋନା ଟେଷ୍ଟ ହୋଇସାରିଲାଣି । ସେହିପରି ଏବେ ସୁଦ୍ଧା ଚିକିତ୍ସା ପରେ 45 ଲୋକ ଛାଡ ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.