ETV Bharat / international

ମିଆଁମାର ହିଂସା: ୧୩୮ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ନିନ୍ଦା କଲେ ବିଶ୍ବବାସୀ

author img

By

Published : Mar 16, 2021, 10:28 AM IST

ମିଆଁମାରରେ ସୁରକ୍ଷାକର୍ମୀଙ୍କ କ ଦମନଲୀଳା ଦିନକୁ ଦିନ ବଢି ଚାଲିଛି। ଏହି ସଙ୍ଘର୍ଷରେ ଏବେ ଯାଏଁ ପାଖାପାଖି 138 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ଆନ୍ତର୍ଜାତୀୟ ନେତୃବୃନ୍ଦ ନିନ୍ଦା କରିଛି। ଅଧିକ ପଢନ୍ତୁ...

ମିଆଁମାର ହିଂସା:  ୧୩୮ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ନିନ୍ଦା କଲେ ବିଶ୍ବବାସୀ
ମିଆଁମାର ହିଂସା: ୧୩୮ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ନିନ୍ଦା କଲେ ବିଶ୍ବବାସୀ

ୟାଙ୍ଗୁନ୍: ମିଆଁମାରରେ ମୁଣ୍ଡ ଟେକିଥିବା ରାଜନୈତିକ ହିଂସା ଚରମ ସ୍ଥିତିରେ। ସରକାରଙ୍କ ସମର୍ଥନକାରୀ ଓ ସେନା ମଧ୍ୟରେ ସଙ୍ଘର୍ଷ ଥମୁନି। ତେବେ ସମର୍ଥନକାରୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଦମନଲୀଳା ଦିନକୁ ଦିନ ବଢି ଚାଲିଛି। ଏହି ସଙ୍ଘର୍ଷରେ ଏବେ ଯାଏଁ ପାଖାପାଖି 138 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ଆନ୍ତର୍ଜାତୀୟ ନେତୃବୃନ୍ଦ ନିନ୍ଦା କରିଛି।

ଅନ୍ତର୍ଜାତୀୟ ସଂସ୍ଥାର ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ, ରବିବାର ୩୮ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଛନ୍ତି । ସେ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଆ ଗୁଟ୍ରେସ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ କରାଯାଉଥିବା ହିଂସାକୁ ତୀବ୍ର ନିନ୍ଦା। ସଂଯୁକ୍ତ ରାଷ୍ଟ୍ର, ଆମେରିକା, ଚୀନ ଓ ବ୍ରିଟେନ ମଧ୍ୟ ହିଂସାକୁ ନିନ୍ଦା କରିଛି ।

ମିଆଁମାରରେ କ୍ଷମତାସୀନ ସେନା ସରକାର ଦେଶର ସର୍ବବୃହତ୍ତ ସହର ୟାଙ୍ଗୁନର ୬ଟି ଟାଉନଶିପରେ ମାର୍ଶଲ ଆଇନ ଲାଗୁ କରିଦେଇଛି ।ସରକାର ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ।

ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ବେ ମିଆଁମାର ଜୁଣ୍ଟା ଏହି ନିନ୍ଦାକୁ ଅଣଦେଖା କରିଛନ୍ତି। ଏବଂ ଦେଶରେ ଏହାକୁ ବିରୋଧ କରୁଥିବା ଲୋକ ପ୍ରତି ଜୋରଦାର ଦମନ ଜାରି ରଖିଛନ୍ତି। ବହିଷ୍କୃତ ଅନେକ ସାଂସଦ ଏପରିକି ସୈନ୍ୟବାହିନୀକୁ ଆତଙ୍କବାଦୀ ସଂଗଠନ ଭାବେ ଅଭିହିତ କରିଛନ୍ତି।

ତେବେ ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର ଇନ୍‌ ଚିଫ୍‌ ମିନ୍‌ ଅଙ୍ଗ ଲାଇଙ୍ଗ କ୍ଷମତା ଦଖଲ କରିଛନ୍ତି। ସୁ କି ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।

ମିଆଁମାରରୁ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ ରହିଛି। ସମସ୍ତ ଟିଭି ଚାନେଲ, ଇଣ୍ଟରନେଟ ସେବା ଓ ଫୋନ୍‌କୁ ବନ୍ଦ କରିଦିଆଯାଇଛି। ସୁ କି ନଭେମ୍ବର ୮ରେ ଅନୁଷ୍ଠିତ ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗକ୍ରମେ ସେନା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.