ନୂଆଦିଲ୍ଲୀ: ମୋଜାମ୍ବିକରେ ମାଡି ଆସିଲା ଭୟଙ୍କର ବାତ୍ୟା । ଶୁକ୍ରବାର ମଧ୍ୟ-ମୋଜାମ୍ବିକରେ ଲ୍ୟାଣ୍ଡ କରିଛି ଇଦଇ। ଏହି ଭୟଙ୍କର ବାତ୍ୟାରେ ପାଖାପାଖି 19 ଲୋକଙ୍କର ଜୀବନ ଚାଲିଯାଇଥିବାବେଳେ 70 ରୁ ଊର୍ଦ୍ଧ୍ବ ଲୋକେ ଗୁରୁତର ହୋଇଛନ୍ତି । ସେପଟେ ମୋଜାମ୍ବିକରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ ସେ ଏକ ଚେକପୋଷ୍ଟରେ ଫସିଥିବା 36 ଭାରତୀୟଙ୍କୁ ଉଦ୍ଧାର କରି ମୁକ୍ତ କରିଛନ୍ତି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଟ୍ବିଟ କରି ପ୍ରଶଂସା କରିଛନ୍ତି ।
That's really a good job by Indian High Commission in Mozambique. https://t.co/Nnm3IshiAU
— Sushma Swaraj (@SushmaSwaraj) March 16, 2019 " class="align-text-top noRightClick twitterSection" data="
">That's really a good job by Indian High Commission in Mozambique. https://t.co/Nnm3IshiAU
— Sushma Swaraj (@SushmaSwaraj) March 16, 2019That's really a good job by Indian High Commission in Mozambique. https://t.co/Nnm3IshiAU
— Sushma Swaraj (@SushmaSwaraj) March 16, 2019
ଏନେଇ ରେଡିଓ ମୋକାମ୍ବିକ ସୂଚନା ଅନୁସାରେ, ବାତ୍ୟା ଯୋଗୁଁ ସହରର ବିମାନବନ୍ଦର ଗୁଡିକ ବନ୍ଦ କରିଦିଆଯାଇଛି । ସେପଟେ ଏହି ବାତ୍ୟା ସାରା ଦେଶରେ ମୋଟ 66 ଜଣଙ୍କର ଜୀବନ ଯାଇଛି । ଏଠାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ରହିଛି । ଅଧିକାଂଶ ଘର ଦ୍ବାର ନଷ୍ଟ ହୋଇଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ଆସିବା ପୂର୍ବରୁ ଭାରି ମାତ୍ରାରେ ବର୍ଷା ହୋଇଥିଲା ।
ଏହି ବର୍ଷାରେ 66 ଜଣଙ୍କର ଜୀବନ ଯାଇଥିଲା । 111 ଲୋକ ଆହତ ହୋଇଥିଲେ ଏବଂ 17,000 ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଅଧିକାରୀମାନେ ଜରୁରୀକାଳିନ ସହାୟତା ଶିବିର ଖୋଲିଛନ୍ତି । ମୋଜାମ୍ବିକ ପାଣିପାଗ ବିଭାଗର ସୂଚନା ଅନୁସାରେ ମାର୍ଚ୍ଚ 17 ଯାଏଁ ଭାରିମାତ୍ରାରେ ବର୍ଷା ଲାଗିରହିବ ।