ETV Bharat / international

କୋରୋନା ମୁକାବିଲା: ନେପାଳ ସରକାର ବନ୍ଦ କଲେ ପର୍ବତାରୋହଣ

author img

By

Published : Mar 13, 2020, 2:25 PM IST

କୋଭିଡ-19 ତଥା ନୋଭେଲ କୋରୋନା ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଏହାର ମୁକାବିଲା ନେଇ ନେପାଳ ସରକାର ବନ୍ଦ କଲେ ପର୍ବତାରୋହଣ । ଅଧିକ ପଢନ୍ତୁ...

covid-19
ନେପାଳ ସରକାର ବନ୍ଦ କଲେ ପର୍ବତାରୋହଣ

କାଠମାଣ୍ଠୁ: ସାଙ୍ଘାତିକରୁ ଅତି ସଙ୍ଘାତିକ ହେଉଛି କୋଭିଡ-19 । ମହାମାରୀ ଏହି ଭାଇରସର ଭୟରେ ନେପାଳରେ ସମସ୍ତ ପର୍ବତାରୋହଣ ବାତିଲ କରାଯାଇଛି । ମାର୍ଚ୍ଚ 14ରୁ ଏପ୍ରିଲ 30 ପର୍ଯ୍ୟନ୍ତ ସମସ୍ତ ଆରୋହଣକୁ ବାତିଲ କରିଛନ୍ତି ନେପାଳ ସରକାର । ଏହା ସହ ଅସ୍ଥାୟୀ ରୂପେ ସମସ୍ତ ଭିଜାକୁ ମଧ୍ୟ ରଦ୍ଦ କରାଯାଇଛି । ଚୀନ ପ୍ରଥମରୁ ହିଁ ତାର ଉତ୍ତର, ଚୀନ ନିୟନ୍ତ୍ରିତ ପର୍ବତ ଭାଗରୁ ଆରୋହଣ ବାତିଲ କରିଛି ।

କାଠମାଣ୍ଠୁ ପୋଷ୍ଟ ଅନୁସାରେ, ନେପାଳର ବ୍ୟାପକ ପର୍ଯ୍ୟଟନ ରାଜସ୍ବ ବ୍ୟତୀତ ପ୍ରତିବର୍ଷ ଏଭରେଷ୍ଟ ଆରୋହଣ ଅନୁମତି ପ୍ରଦାନ କରି 4 ମିଲିୟନ ଡଲାର ରୋଜଗାର କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ 2020 ଏଭରେଷ୍ଟ ସିଜିନର ଅନୁମତିକୁ ବାତିଲ ଘୋଷଣା କରାଯାଇଛି । ଆମେରିକା, ଭାରତ, ବ୍ରିଟେନ, ଜାପାନ, ସାଉଥ କୋରିଆ ଆଦି ଦେଶରୁ ରାଜସ୍ବ ରୋଜଗାର କରିଥାଏ ନେପାଳ ।

ଏହା ସହ ବିଦେଶୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେଉଁମାନେ ନେପାଳ ଆସିବାକୁ ଏଡାଇ ଦେଇପାରୁନାହାଁନ୍ତି ତେବେ ସେମାନଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବେ ।

ସୌଜନ୍ୟ@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.