ETV Bharat / international

ଇସ୍ରାଇଲକୁ ଡାକ୍ତରୀ ଉପକରଣ ଯୋଗାଉଛି ମୋସାଦ - Mossad delivers coronavirus equipment to Israel

ମୋସାଦ ଇସ୍ରାଇଲକୁ କୋରୋନା ଭାଇରସ ଟେଷ୍ଟ ପାଇଁ ସମସ୍ତ ଉପକରଣ ପଠାଉଥିବା ଜଣାପଡିଛି । ଭେଣ୍ଟିଲେଟର, ସାନିଟାଇଜର, ମାସ୍କ, ଟେଷ୍ଟିଂ କିଟ, ହ୍ୟାଣ୍ଡ ସାନିଟାଇଜିଂ ଜେଲ୍ ଉତ୍ପାଦନ ପାଇଁ ଫ୍ଲାସ୍ ଆଦି ରପ୍ତାନୀ କରୁଛି । ଏହାସହ ପିସିଆର କିଟ ବିତରଣ କରୁଛି ଯାହା ଦୈନିକ ଅତିରିକ୍ତ 1000 ଟି ଟେଷ୍ଟ କରିପାରିବ ।

ଇସ୍ରାଇଲକୁ ଡାକ୍ତରୀ ଉପକରଣ ଯୋଗାଉଛି ମୋସାଦ
ଇସ୍ରାଇଲକୁ ଡାକ୍ତରୀ ଉପକରଣ ଯୋଗାଉଛି ମୋସାଦ
author img

By

Published : Apr 25, 2020, 4:24 PM IST

ଇସ୍ରାଇଲ: ସମସ୍ତେ ଏକ ହୋଇ ମହାମାରୀରୁ ମୁକୁଳିବା ପାଇ ଚେଷ୍ଟା ଚଳାଉଛନ୍ତି । ଏତିକିବେଳେ ମୋସାଦ ଇସ୍ରାଇଲକୁ କୋରୋନା ଭାଇରସ ଟେଷ୍ଟ ପାଇଁ ସମସ୍ତ ଉପକରଣ ପଠାଉଥିବା ଜଣାପଡିଛି । ଭେଣ୍ଟିଲେଟର, ସାନିଟାଇଜର, ମାସ୍କ, ଟେଷ୍ଟିଂ କିଟ, ହ୍ୟାଣ୍ଡ ସାନିଟାଇଜିଂ ଜେଲ୍ ଉତ୍ପାଦନ ପାଇଁ ଫ୍ଲାସ୍ ଆଦି ରପ୍ତାନୀ କରୁଛି । ଏହାସହ ପିସିଆର କିଟ ବିତରଣ କରୁଛି ଯାହା ଦୈନିକ ଅତିରିକ୍ତ 1000 ଟି ଟେଷ୍ଟ କରିପାରିବ ।

ଦକ୍ଷିଣ କୋରିଆର ରେଜେଣ୍ଟସ୍, ପରୀକ୍ଷଣରେ ବ୍ୟବହୃତ ଏକ ଡାକ୍ତରୀ ଉତ୍ପାଦ ଏବଂ ଭାରତରୁ ଏକ ଏଚ୍.ଆଇ.ଭି ଔଷଧ ଯାହା ବର୍ତ୍ତମାନ କୋରୋନା ଭାଇରସ୍ ରୋଗୀଙ୍କ ପାଇଁ ପରୀକ୍ଷାମୂଳକ ଚିକିତ୍ସା ଭାବରେ ବ୍ୟବହୃତ ହେଉଛି । ତାହା ମୋସାଦ ଇସ୍ରାଇଲକୁ ବିତରଣ କରୁଛି । ଏଥିସହ, ମୋସାଦ 47 ଟି ବିଭିନ୍ନ ଔଷଧ ଏବଂ ଆନାସ୍ଥେଟିକ୍ କ୍ରୟ ଉପରେ କାର୍ଯ୍ୟ କରୁଛି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ବିଦେଶରୁ ଚିକିତ୍ସା ଉପକରଣ ଉତ୍ପାଦନ ଦାୟିତ୍ବରେ ମୋସାଦଙ୍କୁ ଦାୟିତ୍ବ ଦିଆଯାଇଥିଲା । ମୋସାଦ ନିର୍ଦ୍ଦେଶକ ୟୋସି କୋହେନ ଅନ୍ୟ ଜାତୀୟ ସୁରକ୍ଷା ୟୁନିଟ୍ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏକ ସ୍ୱତନ୍ତ୍ର କମାଣ୍ଡ ସେଣ୍ଟରର ମୁଖ୍ୟ ଅଟନ୍ତି । ଏହି ସଂସ୍ଥା ଏପର୍ଯ୍ୟନ୍ତ ବହୁ ପରିମାଣର ଭେଣ୍ଟିଲେଟର ବ୍ୟତୀତ ଦଶ ହଜାର N95 ମାସ୍କ ସମେତ ଦଶ ଲକ୍ଷ ମେଡିକାଲ ମାସ୍କ ବିତରଣ ପାଇଁ କାର୍ଯ୍ୟ କରିସାରିଛି ।

ମାର୍ଚ୍ଚରେ ଗୋଟିଏ ଅପରେସନ୍ ସମୟରେ, କୋହେନ୍ 100,000 ରୁ ଅଧିକ କୋରୋନା ଭାଇରସ୍ ଟେଷ୍ଟିଂ କିଟ୍ ଆଣିବାରେ ସଫଳ ହୋଇଥିଲେ । ତଥାପି ଏହା ଜଣାପଡିଥିଲା ​​ଯେ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଉପାଦାନର ଅଭାବ ରହିଛି ଯେଉଁଥିପାଇଁ ପରୀକ୍ଷା ସଠିକ ଭାବରେ ହୋଇପାରୁନାହିଁ । କିଛିଦିନ ପରେ ଇସ୍ରାଇଲ ଏହାର ସମାଧାନ ପାଇଥିଲା ଏବଂ ପରୀକ୍ଷଣରେ ସଫଳ ହୋଇଥିଲା ।

For All Latest Updates

TAGGED:

covid-19
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.