ETV Bharat / international

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ ଘଟଣା: 52 ମୃତ, 50 ଆହତ

ଢାକାରେ ଭୟାବହ ଅଗ୍ନିକାଣ୍ଡ । ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି 50 ଆହତ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 3:36 PM IST

Updated : Jul 10, 2021, 8:56 AM IST

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ; 40 ମୃତ, 30 ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାର ନାରାୟଣଗଞ୍ଜ ସହର ଫଳରସ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି ହୋଇଥିବା ବେଳେ 50ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଗୁରୁବାର ରାତି ପ୍ରାୟ 5ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । 6 ମହଲା ବିଶିଷ୍ଟ ବିଲଡିଂରେ ନିଆଁ ଲାଗିଥିବା ବେଳେ ରାସାୟନିକ ସାମଗ୍ରି ଓ ପ୍ଲାଷ୍ଟିକ ବଟଲ ଥିବାରୁ ନିଆଁ ଖୁବଶିଘ୍ର ଅନ୍ୟ ମହଲାକୁ ବ୍ୟାପିଯାଇଥିଲା ।

ତେବେ ନିଆଁ ଲାଗିଥିବା ବିଲଡିଂରେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ 21ଟି ଦମକଳ ନିୟୋଜିତ ହୋଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲାଯେ ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ମାନେ ଛାତରୁ ତଳକୁ ଡେଉଁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ୟାକ୍ଟ୍ରି ବାହାରେ ନିଜର ବନ୍ଧୁ ପରିଜନକୁ ବଞ୍ଚାଇବା ପାଇଁ ସମ୍ପର୍କିୟ ମାନେ ଭିଡ ଜମାଇଥିଲେ । ଯାହାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଅଗ୍ନିକାଣ୍ଡ ପରେ ଅନେକ କର୍ମଚାରୀ ନିଆଁର ଆଁରେ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ମଧ୍ୟ ଫସି ରହିଛନ୍ତି । ତେବେ ନିଆଁ ଲାଗିବା ବେଳେ ଫ୍ୟାକ୍ଟ୍ରିରେ କେତେ କର୍ମଚାରୀ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Last Updated : Jul 10, 2021, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.