ETV Bharat / international

Terror Attack In Pakistan: ବାଲୋଚିସ୍ତାନରେ ଆତଙ୍କୀ ଆକ୍ରମଣ, ପ୍ରାଣ ହରାଇଲେ ୧୦ ସୈନ୍ୟ

author img

By

Published : Jan 28, 2022, 9:18 AM IST

ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ ଚେକ୍‌ପୋଷ୍ଟ୍‌ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ୧୦ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

ବାଲୋଚିସ୍ତାନ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ: ୧୦ ପାକିସ୍ତାନ ସୈନିକ ମୃତ

ଇସଲାମାବାଦ: ବାଲୋଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ (Terrorist Attack) । ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୧୦ଜଣ ପାକିସ୍ତାନୀ ସୈନ୍ୟ। ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ କେଚ୍‌ ଜିଲ୍ଲା ସ୍ଥିତ ଚେକ୍‌ପୋଷ୍ଟ୍‌ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଏନେଇ ସେନାବାହିନୀ ପକ୍ଷରୁ ଗୁରବାର ସୂଚନା ଦିଆଯାଇଛି । ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌ର (ISPR)ର ସୂଚନା ଅନୁଯାୟୀ ଜାନୁଆରୀ ୨୫ ଓ ୨୬ ତାରିଖ ରାତିରେ ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ ଚେକ୍‌ପୋଷ୍ଟ୍‌ ଉପରେ ଆତାଙ୍କବାଦୀ ଗୁଳିମାଡ କରିଥିଲେ ।

ଫଳରେ ଘଟଣାସ୍ଥଳରେ ୧୦ଜଣ ସୈନିକ ପ୍ରାଣ ହରାଇଥିଲେ । ଏହା ସହ ଜଣେ ଆତଙ୍କବାଦୀ ନିହତ ହେବା ସହ ଅନେକ ଆତଙ୍କବାଦୀ ଆହତ ହୋଇଥିବା ଜଣାପଡିଛି । ଏହାପରେ ୩ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କି, ଦେଶରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସେନା ସଂକଳ୍ପବଦ୍ଧ । ଅନ୍ୟପଟେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନି ।

ଇରାନ୍‌ ଓ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ ବାଲୋଚିସ୍ତାନ୍‌ରେ ଦୀର୍ଘ କାଳ ହେବ ହିଂସାତ୍ମକ ବିଦ୍ରୋହ ଲାଗି ରହିଛି । ଚୀନ-ପାକିସ୍ତାନ ଇକୋନମିକ୍‌ କରିଡର୍‌ ପ୍ରକଳ୍ପ (CPEC) ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଲୋଚ ଉଗ୍ରବାଦୀ ସଂଗଠନ ସବୁ ଏକାଧିକ ଥର ଆକ୍ରମଣ କରିଛନ୍ତି । ପାକିସ୍ତାନ ସେନାର ମୁଖ୍ୟ ଜେନେରାଲ ବାଜୱା କହିଛନ୍ତି ଯେ, ଦେଶ ପାଇଁ ବଳିଦାନ ବୃଥା ହେବ ନାହିଁ ପାକିସ୍ତାନକୁ ନିଶ୍ଚିତ ଶାନ୍ତି ଫେରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.