ଇସଲାମାବାଦ: ଭାରତ ଓ ଆଫଗାନିସ୍ତାନ ସୀମାରେ ବଢୁଥିବା ଟେନ୍ସନ ମଧ୍ୟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥାରେ ହୋଇଛି ବଡ ଅଦଳବଦଳ । ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ସର୍ବୋଚ୍ଚ ପଦରେ ପରିବର୍ତ୍ତନ ହୋଇଛି । ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମଙ୍କୁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସେଜ ଇଣ୍ଟେଲିଜେନ୍ସ(ISI)ର ନୂଆ ଡାଇରେକ୍ଟର ଜେନେରାଲ ଭାବରେ କରାଯାଇଛି ନିଯୁକ୍ତ ।
ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ସ୍ଥାନ ନେବେ ଅଞ୍ଜୁମ । ଅନ୍ୟପକ୍ଷେ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ପଦୋନ୍ନତି ହୋଇଛି । ପେଶାୱର କୋର କମାଣ୍ଡର ପଦରେ ନିଯୁକ୍ତ ହୋଇଛନ୍ତି ଫୈଜ ।
ପାକିସ୍ତାନ ସେନାର ଅନେକ ପଦରେ ଅଦଳ ବଦଳ ହୋଇଛି । ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ସଇଦଙ୍କୁ କରାଚି କର୍ପସ କମାଣ୍ଡର ଭାବେ ପୋଷ୍ଟ କରାଯାଇଛି | ନ୍ୟାସନାଲ ଡିଫେନ୍ସ ୟୁନିଭରସିଟିର ସଭାପତି ଭାବରେ ଲେଫ୍ଟନାଣ୍ଟ ଜେନେରାଲ ନୌମାନ ମେହମୁଦ ନିଯୁକ୍ତ ହୋଇଛନ୍ତି । ସେହିପରି ମେଜର ଜେନେରାଲ ଅସୀମ ମଲିକଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ଭାବେ ପଦୋନ୍ନତି ଦିଆଯାଇଛି । ଏହାସହିତ ସେ ସେନାର ଆଡଜୁଟାଣ୍ଟ ଜେନେରାଲ ଭାବରେ ମଧ୍ୟ ନିଯୁକ୍ତ ହୋଇଛନ୍ତି ।