ETV Bharat / international

ବନ୍ଦ ହେବ ସ୍ବଳ୍ପ ମୂଲ୍ୟର ‘ଥାଇ ଏୟାରଲାଇନ୍ସ ନକସ୍କଟ ସେବା’ - ନକସ୍କଟର ସେବା ବନ୍ଦ

ଥାଇଲାଣ୍ଡର ସବୁଠାର ସ୍ବଳ୍ପ ମୂଲ୍ୟର ଏୟାରଲାଇନ୍ସ ‘ନକସ୍କଟ’ ଶନିବାର ଏହାର ସେବା ବନ୍ଦ ନେଇ ଘୋଷଣା କରିଛି । କୋରୋନା ସଂକ୍ରମଣ ସମୟରେ ଲକଡାଉନ ପରିସ୍ଥିତି ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଥିଲା । ପରିଣାମ ସ୍ବରୂପ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଥିଲା

thailand's low cost airline, thai airline nokscoot, nokscoot to stop service, nokscoot latest news, ଥାଇଲାଣ୍ଡର ସ୍ବଳ୍ପ ମୂଲ୍ୟର ଏୟାରଲାଇନ, ଥାଇ ଏୟାରଲାଇନ ନକସ୍କଟ, ନକସ୍କଟର ସେବା ବନ୍ଦ, ନକସ୍କଟ ଲାଟେଷ୍ଟ ନ୍ୟୁଜ୍‌
ବନ୍ଦ ହେବ ସ୍ବଳ୍ପ ମୂଲ୍ୟର ଥାଇ ଏୟାରଲାଇନ୍ସ ନକସ୍କଟ ସେବା
author img

By

Published : Jun 28, 2020, 12:09 PM IST

ବ୍ୟାଙ୍ଗକକ୍‌: ଥାଇଲାଣ୍ଡର ସବୁଠାର ସ୍ବଳ୍ପ ମୂଲ୍ୟର ଏୟାରଲାଇନ୍ସ ‘ନକସ୍କଟ’ ଶନିବାର ଏହାର ସେବା ବନ୍ଦ ନେଇ ଘୋଷଣା କରିଛି । କୋରୋନା ସଂକ୍ରମଣ ସମୟରେ ଲକଡାଉନ ପରିସ୍ଥିତି ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଥିଲା । ପରିଣାମ ସ୍ବରୂପ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଥିଲା । ଏହି କ୍ଷତିର ଭରଣା କରିବାକୁ ଅସମର୍ଥ ମନେ କରି କମ୍ପାନୀ ନିଜ ସେବା ବନ୍ଦ ନେଇ ଘୋଷଣା କରିଛି ।

ଏହି ଏୟାରଲାଇନ ଏକ ଜଏଣ୍ଟ ଭେଞ୍ଚର ଭାବେ ସିଙ୍ଗାପୁରିଆନ ଏୟାରଲାଇନ ଓ ଥାଇଲାଣ୍ଡର ନକ୍‌ ଏୟାର ସହ ଗତ 6 ବର୍ଷ ପୂର୍ବେ କାର୍ଯ୍ୟ ଆରମ୍ଭ କରିଥିଲା । ଏନେଇ ଶୁକ୍ରବାର ଦିଆଯାଇଥିବା ବିବରଣୀରେ ନକସ୍କଟର 49 ପ୍ରତିଶତ ଅଧିକାର ସ୍କଟ କହିଥିଲେ କି କମ୍ପାନୀର ମାନ୍ଦାବସ୍ଥା ଯୋଗୁଁ ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରାଯାଇଛି । ହେଲେ ଏହି ନିଷ୍ପତ୍ତିକୁ ଶେୟାର ହୋଲ୍ଡରଙ୍କ ଏକ ସାଧାରଣ ବୈଠକରେ ଉପସ୍ଥାପନ କରାଯିବା ବାକି ରହିଛି । କିନ୍ତୁ ଏ କଥାକୁ ଏଡାଇ ଦିଆଯାଇନପାରେ କି କୋରୋନା ସଂକ୍ରମଣ ଯୋଗୁଁ ଏହି କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଛି ।

2014 ମସିହାରେ କମ୍ପାନୀ ଆରମ୍ଭ ହୋଇଥିବା ବେଳେ ସେବା ଆରମ୍ଭରୁ ହିଁ ଏୟାରଲାଇନକୁ କଡା ପ୍ରତିଯୋଗିତାର ସାମ୍ନା କରିବାକୁ ପଡିଥିଲା । ଏମିତିରେ କୋରୋନା ଲକଡାଉନ କମ୍ପାନୀର କ୍ଷତିକୁ ଦ୍ବିଗୁଣିତ କରିଥିଲା । ତେବେ କମ୍ପାନୀ ବିଧିବଦ୍ଧ ଭାବେ କେବେଠାରୁ କାର୍ଯ୍ୟ ବନ୍ଦ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିବା ଆଞ୍ଚଳିକ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.