ETV Bharat / international

ପାକିସ୍ତାନରେ 11 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମେ 9 ଯାଏଁ ଲକଡାଉନ ବୃଦ୍ଧି

ପାକିସ୍ତାନର ଜାତୀୟ ସ୍ୱାସ୍ଥ୍ୟସେବା ମନ୍ତ୍ରଣାଳୟ ଅନୁଯାୟୀ, ମହାମାରୀ କୋରୋନା ଯୋଗୁଁ ଆଉ 13 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହାଦ୍ବାରା ମୃତ୍ୟୁ ସଂଖ୍ୟା 237କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

Lockdown extended in Pakistan till May 9
ପାକିସ୍ତାନରେ 11 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Apr 25, 2020, 10:24 AM IST

ଇସଲାମବାଦ: ପାକିସ୍ତାନ ଦେଶବ୍ୟାପୀ ଲକଡାଉନକୁ ଆଉ ଦୁଇ ସପ୍ତାହ ବଢାଇ ଦେଇଛି । ଏହା ସହ ଦେଶରେ ମାରାତ୍ମକ କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା 11 ହଜାରରୁ ଅଧିକକୁ ବୃଦ୍ଧି ପାଇଛି । କୋରୋନାରେ ପ୍ରାୟ 79 ପ୍ରତିଶତ ମାମଲା ସ୍ଥାନୀୟ ଅଞ୍ଚଳର ଅଟେ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ଜଣାପଡିଛି ।

ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟ ଅନୁଯାୟୀ, ମହାମାରୀ କୋରୋନା ଯୋଗୁଁ ଆଉ 13 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହାଦ୍ବାରା ମୃତ୍ୟୁ ସଂଖ୍ୟା 237କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା 2527 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାନୂସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 642 ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ମୋଟ ସଂକ୍ରମଣ ସଂଖ୍ୟା 11 ହଜର 155 ରେ ପହଞ୍ଚିଛି।

ସେଥିମଧ୍ୟରୁ ପଞ୍ଜାବରେ 4 ହଜାର 767, ସିନ୍ଧରେ 3 ହଜାର 671, ଖାଇବର-ପାଖ୍ଟନଖୱା ରେ 1 ହାଜର 541, ବାଲୁଚିସ୍ତାନରେ 607, ଗିଲଗିଟ-ବାଲ୍ଟିସ୍ତାନରେ 300, ଇସଲାମାବାଦରେ 214 ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ 55ଟିମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.