ETV Bharat / international

ଭିଏତନାମର ମହାନତା: ଅନ୍ୟ ରାଷ୍ଟ୍ରଙ୍କୁ ବାଣ୍ଟିଲା ଲକ୍ଷାଧିକ ମାସ୍କ - ଭିଏତନାମର ମହନୀୟତା

ଭିଏତନାମ । ଛୋଟ ଦେଶ ହେଲେ ବି ହୃଦୟ ବଡ । ମହାମାରୀ ସମୟରେ ନିଜ କ୍ଷମତା ନଦେଖି ଲୋକଙ୍କ ଆବଶ୍ୟକତାକୁ ଏହି ଦେଶ ଦେଇଛି ପ୍ରାଥମିକତା ।

coronavirus news, corona in vietnam, vietnam's help in corona, corona help, ଭିଏତନାମରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ଭିଏତନାମର ମହନୀୟତା, କୋରୋନା ସହାୟତା
ଭିଏତନାମର ମହନୀୟତା: ଅନ୍ୟ ରାଷ୍ଟ୍ରଙ୍କୁ ବାଣ୍ଟିଲା ଲକ୍ଷାଧିକ ମାସ୍କ
author img

By

Published : Apr 10, 2020, 8:26 PM IST

ହାନୋଇ: ଛୋଟ ଦେଶ ହେଲେ ବି ହୃଦୟ ବଡ । ମହାମାରୀ ସମୟରେ ନିଜ କ୍ଷମତା ନଦେଖି ଲୋକଙ୍କ ଆବଶ୍ୟକତାକୁ ଏହି ଦେଶ ଦେଇଛି ପ୍ରାଥମିକତା । ଫଳରେ ଅନେକ ଲୋକେ ପାଇପାରିଛନ୍ତି ମାସ୍କ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ । ଏ ହେଉଛି ଭିଏତନାମ । ଚୀନର ପଡୋଶୀ ରାଷ୍ଟ୍ର ହୋଇଥିଲେ ଗୁଣରେ ଏହା ଚୀନଠାରୁ ଢେର ଉପରେ । ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ବି ଏହାର ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।

କୋରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ ଏବେ ସାରା ବିଶ୍ବରେ କୋରୋନାର ଚେର ଲମ୍ବାଇବା ପରେ ଏକ ପ୍ରକାର ନୀରବ ହୋଇଯାଇଛି । ସେପଟେ ଚୀନରେ ମଧ୍ୟ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହିଁ କୌଣସି କୋରୋନା ମୃତ୍ୟୁ । ହେଲେ ଅନ୍ୟ କେତେକ ରାଷ୍ଟ୍ରରେ କୋରୋନା ନିଜ ମୃତ୍ୟୁ ତାଣ୍ଡବ ରଚୁଥିବା ବେଳେ ସାହାଯ୍ୟ ପାଇଁ ବି କହୁନାହିଁ ଚୀନ । ନା ଦେଉଛି ଡାକ୍ତରୀ ସହାୟତା ନା ଯୋଗାଉଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ।

ଏପରି ସ୍ଥିତିରେ ପଡୋଶୀ ଭିଏତନାମ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ବର୍ତ୍ତମାନ ସୁଦ୍ଧା ଏହି ରାଷ୍ଟ୍ର ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ ଓ ବ୍ରିଟେନକୁ 5,50,000 ମାସ୍କ ଯୋଗାଇଛି । ଏଥିସହ ପଡୋଶୀ କମ୍ବାଡିଆକୁ 3,90,000 ଓ ଅନ୍ୟ ପଡୋଶୀ ରାଷ୍ଟ୍ରକୁ 3,40,000 ମାସ୍କ ରପ୍ତାନୀ କରିଛି । ତେବେ କୋରୋନା ପରି ବିପତ୍ତି ସମୟରେ ଆମେରିକାକୁ ସାହାଯ୍ୟ ସ୍ବରୂପ 4,50,000 ପ୍ରୋଟେକ୍ଟିଭ ସୁଟ ମଧ୍ୟ ରପ୍ତାନୀ କରିଛି ଭିଏତନାମ । ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଏତନାମର କରିଛନ୍ତି ଭୁରି ଭୁରି ପ୍ରଶଂସା ।

ସେପଟେ ଭିଏତନାମରେ ମାସ କ୍ବାରେଣ୍ଟାଇନ ଓ ଦ୍ରୁତତମ ଟେଷ୍ଟିଂ ବଳରେ ମାତ୍ର 55ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯେଉଁଥିରେ ମୃତ୍ୟୁ ସଂଖ୍ୟା ଶୂନ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.