ପୋଙ୍ଗୟାଙ୍ଗ: ନିଜର କଠୋର ନିଷ୍ପତ୍ତି ପାଇଁ ଜଣାଶୁଣା ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କମି ଜୋଙ୍ଗ ଉନଙ୍କ ଆଖିରେ ଲୁହ । କଥାଟି ଅଶ୍ଚର୍ଯ୍ୟ ଲାଗୁଥିବାଲେ ବି ସତ । ଭାଷଣା ଦେଉ ଦେଉ କମ ବେଶ ଭାବ ବିହ୍ବଳ ହୋଇପଡିଥିବା ବେଳେ ତାଙ୍କ ଆଖିରେ ଝରି ଆସିଛି ଲୁହ ଟୋପା । ତେବେ ପୂର୍ବରୁ କିମଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ବରରେ ଏକ ଗୁଜବ ସୃଷ୍ଟି ହୋଇଥିଲା ।
ଖବର ଅନୁଯାୟୀ କ୍ଷମତାସୀନ ୱାର୍କର୍ସ ପାର୍ଟିର 75 ତମ ବାର୍ଷିକୀ ପାଳନ ପାଇଁ ସାମରିକ ପରେଡରେ ନିଆଯାଇଥିବା ଏକ ଭିଡିଓରେ କିମ ଜୋଙ୍ଗ ଉନ ନିଜ ଚଷମା କାଢି ଲୁହ ପୋଛୁଥିବାର ଦେଖିବାକୁ ମିଳିଛି ।
କିମ କହିଛନ୍ତି ଆମ ଲୋକମାନେ ମୋ ଉପରେ ଆକାଶ ପରି ଉଚ୍ଚ ଏବଂ ସମୁଦ୍ର ପରି ଗଭୀର ବିଶ୍ବାସ ରଖିଛନ୍ତି, କିନ୍ତୁ ମୁଁ ଏହାକୁ ସନ୍ତୋଷଜନକ ଭାବରେ ବଞ୍ଚାଇବାରେ ବିଫଳ ହୋଇଛି । ମୁଁ ଏଥିପାଇଁ ପ୍ରକୃତରେ ଦୁଃଖିତ ବୋଲି କହିଛନ୍ତି କିମ ।