ETV Bharat / international

କିମ ଜଙ୍ଗ ଉନଙ୍କ କୋରିଆନ ଯୁଦ୍ଧ ବିରାମ ବାର୍ଷିକ ଦିବସ ପାଳନ

author img

By

Published : Jul 27, 2020, 7:48 PM IST

1950-53 ମସିହା ମଧ୍ୟରେ ହୋଇଥିବା କୋରିଆନ ଯୁଦ୍ଧରେ ଉତ୍ତର କୋରିଆ ଯୁଦ୍ଧ ବିରାମ ପାଇଁ ଏକ ରାଜିନାମାରେ ସ୍ବାକ୍ଷର କରିଥିଲେ । ସୋମବାର ଏହାର 67 ବର୍ଷ ପୂର୍ତ୍ତି ଅବସରରେ ଉତ୍ତର କୋରିଆର ଯୁଦ୍ଧ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ।

korean armistice anniversary, north korea victory day, north korea latest new, kim jong un, pistol presented in north korea, କୋରିଆନ ଯୁଦ୍ଧ ବିରାମ ବାର୍ଷିକୀ, ଉତ୍ତର କୋରିଆ ବିଜୟ ଦିବସ, ଉତ୍ତର କୋରିଆ ଲାଟେଷ୍ଟ ନ୍ୟୁଜ୍‌, କିମ ଜଙ୍ଗ ଉନ, ଉତ୍ତର କୋରିଆରେ ପିସ୍ତଲ ପ୍ରଦାନ
କିମ ଜଙ୍ଗ ଉନଙ୍କ କୋରିଆନ ଯୁଦ୍ଧ ବିରାମ ବାର୍ଷିକ ଦିବସ ପାଳନ

ସିଓଲ: 1950-53 ମସିହା ମଧ୍ୟରେ ହୋଇଥିବା କୋରିଆନ ଯୁଦ୍ଧରେ ଉତ୍ତର କୋରିଆ ଯୁଦ୍ଧ ବିରାମ ପାଇଁ ଏକ ରାଜିନାମାରେ ସ୍ବାକ୍ଷର କରିଥିଲେ । ସୋମବାର ଏହାର 67 ବର୍ଷ ପୂର୍ତ୍ତି ଅବସରରେ ଉତ୍ତର କୋରିଆର ଯୁଦ୍ଧ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଏହି ପରିଦର୍ଶନ ସମୟରେ ସେ ସେନା ବାହିନୀକୁ ପୁରସ୍କାର ଆକାରରେ ପିସ୍ତଲ ପ୍ରଦାନ କରିଥିଲେ ।

ଏହି ପରିଦର୍ଶନ ସମୟରେ କୋରିଆନ ଯୁଦ୍ଧକୁ ମନେ ପକାଇ କିମ । ଏଥିସହ ସେ ଫାଦରଲାଣ୍ଡ ମୁକ୍ତି ଯୋଦ୍ଧା ସ୍ମାରକୀ ସ୍ଥଳୀରେ ପହଞ୍ଚି ସେଠାରେ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏନେଇ ଉତ୍ତର କୋରିଆ ସରକାରଙ୍କ ଟିକିନିଖ ଗତିବିଧିର ଖବର ରଖୁଥିବା ସରକାରୀ ଏଜନ୍ସି କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି(କେସିଏନଏ) ସୂଚନା ଦେଇଛି ।

ସୂଚନା ମୁତାବକ 1953 ମସିହା ଜୁଲାଇ 27 ତାରିଖରେ ଯୁଦ୍ଧା ବିରାମ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଯାହା ଯୁଦ୍ଧରେ ବିରାମ ଲଗାଇଲା ସତ ହେଲେ ଏହି ଯୁଦ୍ଧ କେବେ ଶେଷ ହୋଇନପାରି ଉଭୟେ ଉଭୟଙ୍କ ଶତ୍ରୁ ପରି ଆଚରଣ କରିବା ଆରମ୍ଭ କରିଥିଲେ । ଏହି ଦିନକୁ ଉତ୍ତର କୋରିଆ ନିଜର ବିଜୟ ଦିବସ ଭାବେ ପାଳନ କରିଆସୁଛି । ତେବେ ଏହି ଅବସରରେ କିମ ଦେଶବାସୀଙ୍କୁ ସମ୍ବୋଧନ ଦେଇ କହିଥିଲେ କି ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଦେଶକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ପୂର୍ବଜ ଓ ସେନା ବାହିନୀ ଅନେକ ବଳିଦାନ ଦେଇଛନ୍ତି । ଦେଶ ତାଙ୍କର ଏହି ନିସ୍ବାର୍ଥପର ସେବା ସବୁବେଳେ ମନେ ରଖିବ ।

ଏନେଇ କିମ ରବିବାର ଅପରାହ୍ନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିବା ମଧ୍ୟ ଜଣା ପଡିଛି । ଶାସକ ଦଳର ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ନବନିର୍ମିତ ଓ ବିକଶିତ ‘ମାଉଣ୍ଟ ପାଏକଟୁ’ ପିସ୍ତଲକୁ ସମସ୍ତ ଅଗ୍ରଣୀ ଅଧିକାରୀ, ସଶସ୍ତ୍ର ବାହିନୀ ଓ କମାଣ୍ଡିଂ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.