ETV Bharat / international

କିଲର କୋରୋନା, ବିଶ୍ବରେ ଏବେ ସୁଦ୍ଧା 1 କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ

author img

By

Published : Jul 22, 2020, 11:54 AM IST

ମହାମାରୀ ପ୍ରଭାବରେ ବିଶ୍ବରେ ୧ କୋଟି ୫୦ ଲକ୍ଷ ୯୧ ହଜାର ୮୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଲକ୍ଷ ୧୯ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୯୧ ଲକ୍ଷ ୧୦ ହଜାର ୧୫୩ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେବି ୫୩ ଲକ୍ଷ ୬୨ ହଜାର ୨୫୫ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୬୩ ହଜାର ୭୮୫ ଜଣ ଗୁରୁତର ଅଛନ୍ତି ।

କିଲର କୋରୋନା ,ବିଶ୍ବରେ ଏବେ ସୁଦ୍ଧା 1 କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ବରେ କାୟା ମେଲାଇଛି କୋରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା। ପାଖାପାଖି 200ରୁ ଉର୍ଦ୍ଧ୍ବ ଦେଶ ଏହି ଅଦୃଶ୍ୟ ମହାମାରୀର କୋପରେ କଲବଲ ହେଉଛନ୍ତି। ଧୀରେ ଧୀରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଧରାସାୟୀ ହେବାକୁ ବସିଲାଣି। ଚୀନର ଉହାନରୁ ଉତ୍ପତ୍ତି ଲାଭ କରିଥିବା ଏହି ମାରାତ୍ମକ ଭାଇରସ ସେଠାରେ ଥମି ଯାଇଥିବା ବେଳେ ଚାରିଆଡେ ରଚୁଛି ମୃତ୍ୟୁର ବିଭିଷିକା।

ଏହା ଭିତରେ 6 ମାସ ବିତିଗଲାଣି। ଅନେକ ଲୋକ ନିଜର ସମ୍ପର୍କୀୟ ଓ ପ୍ରିୟଜନଙ୍କୁ ହରାଇ ସାରିଲେଣି। ବେକାର, ଭୋକର ଜ୍ବାଳା ବିଶ୍ବବ୍ୟାପୀ ଉତ୍କଟ ପରିସ୍ଥିତି ମୁହାଁ ହେଉଛି ଏମିତି ଏକ ସ୍ଥିତିରେ ଆଶାର ଆଲୋକ ସଦୃଶ ଭ୍ୟାକ୍ସିନ ପାଇଁ ଚାଲିଛି ପ୍ରଚେଷ୍ଟା।

ମହାମାରୀ ପ୍ରଭାବରେ ବିଶ୍ବରେ ୧ କୋଟି ୫୦ ଲକ୍ଷ ୯୧ ହଜାର ୮୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଲକ୍ଷ ୧୯ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୯୧ ଲକ୍ଷ ୧୦ ହଜାର ୧୫୩ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେବି ୫୩ ଲକ୍ଷ ୬୨ ହଜାର ୨୫୫ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୬୩ ଜହାର ୭୮୫ ଜଣ ଗୁରୁତର ଅଛନ୍ତି ।

ସବୁଠୁ ପ୍ରଭାବିତ ଦେଶ ତାଲିକାରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଆରମ୍ଭ ହେବା ଦିନଠୁ ଏହି ଦେଶ ସମସ୍ତଙ୍କୁ ପଛରେ ପକାଇ ସଂକ୍ରମଣ ତାଲିକାର ଆଗରେ ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ସୁଦ୍ଧା ଦେଶରେ ୧ ଲକ୍ଷ ୪୪ ହଜାର ୯୫୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଠାରେ ୪୦ ଲକ୍ଷ ୨୮ ହଜାର ୫୬୯ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୮ ଲକ୍ଷ ୮୬ ହଜାର ୫୮୩ ଜଣ ସୁସ୍ଥ ହୋଇଛନ୍ତି ।

ଏହାସହ ମେକ୍ସିକୋରେ ମୃତ୍ୟୁସଂଖ୍ୟା 40 ହଜାର ପାର କରିଛି। ଏହାସହ 24 ଘଣ୍ଚା ମଧ୍ୟରେ ଦେଶରେ 915 ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ପ୍ରଥମେ ଫେବୃୟାରୀ 28 ତାରିଖରେ ସଂକ୍ରମଣ ଚିହ୍ନଟ ହୋଇଥିଲା। ପ୍ରଭାବିତ ଦେଶ ତାଲିକାର ଚତୁର୍ଥରେ ରହିଛି ମେକ୍ସିକୋ। ପ୍ରଥମରେ ଆମେରିକା, ପରେ ବ୍ରାଜିଲ, ତୃତୀୟରେ ଭାରତ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.