ETV Bharat / international

ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ପ୍ରସ୍ତୁତ କାବୁଲ ବିମାନବନ୍ଦର - ତାଲିବାନ

ଆଫଗାନିସ୍ତାନରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡ଼ାଣ ପାଇଁ କାବୁଲ ଏୟାରପୋର୍ଟ ପ୍ରସ୍ତୁତ ବୋଲି କହିଛି ତାଲିବାନ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଆନ୍ତର୍ଜାତିକ ଉଡ଼ାଣ ପାଇଁ ପ୍ରସ୍ତୁତ Kabul Airport

author img

By

Published : Sep 27, 2021, 12:47 PM IST

କାବୁଲ: ତାଲିବାନର ଆଫଗାନିସ୍ତାନ କବଜାକୁ ବିତିଛି ୪୦ ଦିନ । ଧୀରେ ଧୀରେ ତାଲିବାନ ଉପରେ କବଜା କରିବା ପରେ ଏବେ ଆଫଗାନିସ୍ତାନରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଭରିବା ପାଇଁ କାବୁଲ ଏୟାରପୋର୍ଟକୁ ପ୍ରସ୍ତୁତ କରିଛି ତାଲିବାନ । ତେବେ ଏ ସମ୍ପର୍କରେ ତାଲିବାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କହର ବଲଖି ସୂଚନା ଦେଇଛନ୍ତି ।

କାବୁଲ ଏୟାରପୋର୍ଟରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ବିମାନ ବନ୍ଦର ଯାତ୍ରୀଙ୍କୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ ଏହାକୁ କବଜା କରିଥିଲା । ଏହାପରେ ଆଫଗାନି ଓ ଦେଶରେ ଥିବା ଅନ୍ୟ ବିଦେଶୀମାନେ ଦେଶ ଛାଡ଼ିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଥିଲେ । ଏହି ସମୟରେ ଏୟାରପୋର୍ଟ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା । ଫଳରେ ବିମାନବନ୍ଦରର ଅନେକ କ୍ଷତି ଘଟିଥିଲା ।

ସେପଟେ ବିମାନ ଯାତ୍ରୀଙ୍କ ପାଇଁ ଥିବା ଅତ୍ୟାଧୁନିକ ସୁବିଧା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରକୁ ମରାମତି କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରାଯାଇଛି । ଏହି ବିମାନ ବନ୍ଦରରେ ଉଡ଼ାଣ ଦୀର୍ଘ ଦିନ ଧରି ସ୍ଥଗିତ ରହିବା ସତ୍ତ୍ବେ କତାର, ବାହାରେନ, ୟୁନାଇଟେଡ ଆରବ ଏମିରେଟ୍ସ, ଉଜବେକିସ୍ତାନ, କାଜାକିସ୍ତାନ ଏବଂ ପାକିସ୍ଥାନରୁ ଉଡାଣ ହୋଇପାରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.