ETV Bharat / international

ଭିଏତନାମ ଏବଂ ଇଣ୍ଡୋନେସିଆ ଗସ୍ତରେ ଯିବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ

ଅକ୍ଟୋବର 18 ରୁ 21 ପର୍ଯ୍ୟନ୍ତ ଭିଏତନାମ ଏବଂ ଇଣ୍ଡୋନେସିଆ ଗସ୍ତରେ ଯିବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ । ଏନେଇ ମୁଖ୍ୟ କ୍ୟାବିନେଟ ସଚିବ କାଟସୁନୋବୁ କାଟୋ ଶୁକ୍ରବାର କହିଛନ୍ତି।

author img

By

Published : Oct 16, 2020, 12:00 PM IST

ଭିଏତନାମ ଏବଂ ଇଣ୍ଡୋନେସିଆ ଗସ୍ତରେ ଯିବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ
ଭିଏତନାମ ଏବଂ ଇଣ୍ଡୋନେସିଆ ଗସ୍ତରେ ଯିବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନର ନୂତନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ତାଙ୍କର ପ୍ରଥମ ବୈଦେଶିକ ଗସ୍ତ କରିବେ। ଅକ୍ଟୋବର 18 ରୁ 21 ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କରିବା ସୂଚନା ରହିଛି। ଏନେଇ ମୁଖ୍ୟ କ୍ୟାବିନେଟ ସଚିବ କାଟସୁନୋବୁ କାଟୋ ଶୁକ୍ରବାର କହିଛନ୍ତି।

ନୂତନ ପ୍ରଧାନମନ୍ତ୍ରୀ ପରିଦର୍ଶନ କରୁଥିବା ପ୍ରଥମ ଦୁଇଟି ଦେଶ ଭିଏତନାମ ଏବଂ ଇଣ୍ଡୋନେସିଆ ହେବ। ପୂର୍ବ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପ୍ରଥମ ସରକାରୀ ଗସ୍ତ ମଧ୍ୟ ଏହି ଦୁଇ ଦେଶକୁ ହୋଇଥିଲା।

ଗତ ମାସରେ, ଜାପାନର ସାଂସଦମାନେ ସୁଗାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ, ପୂର୍ବତନ ମୁଖ୍ୟ ଆବେ ଅଗଷ୍ଟ 28 ରେ ଅପ୍ରତ୍ୟାଶିତ ଭାବରେ ଦୀର୍ଘସ୍ଥାୟୀ ରୋଗ ହେତୁ ସ୍ବେଚ୍ଛାକୃତ ଅବସର ନେବାକୁ ଇଚ୍ଛା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.