ETV Bharat / international

ଜାପାନରେ ସୁଧୁରୁଛି କୋରୋନା ସ୍ଥିତି, କୋହଳ ହେବ ଆପାତକାଳୀନ ନିୟମ - ଜାପାନରେ କୋରୋନା ସ୍ଥିତି

ଜାପାନରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ପରିସ୍ଥିତି । ଧିରେ ଧିରେ କଟକଣାମାନ କୋହଳ ହେବା ସହ ଡାକ୍ତରଖାନାରେ ମଧ୍ୟ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

corona in japan, corona situation in japan, japan to lift emergency restrictions, ଜାପାନରେ କୋରୋନା, ଜାପାନରେ କୋରୋନା ସ୍ଥିତି, ଜାପାନରେ କୋହଳ ହେବ ଆପାତକାଳୀନ ସ୍ଥିତି
ଜାପାନରେ ସୁଧୁରୁଛି କୋରୋନା ସ୍ଥିତି, କୋହଳ ହେବ ଆପାତକାଳୀନ ନିୟମ
author img

By

Published : May 25, 2020, 6:40 AM IST

ଟୋକିୟୋ: ଜାପାନରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ପରିସ୍ଥିତି । ଧିରେ ଧିରେ କଟକଣାମାନ କୋହଳ ହେବା ସହ ଡାକ୍ତରଖାନାରେ ମଧ୍ୟ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଗତ ଏପ୍ରିଲ 7ରୁ ଦେଶରେ ଲାଗୁ ହୋଇଥିବା ଆପାତକାଳୀନ ପରିସ୍ଥିତି ପରେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ପରଲକ୍ଷିତ ହୋଇଛି । ଆଶା ରହିଛି ଆଗାମୀ କିଛି ଦିନରେ ଏହି କଟକଣା କୋହଳ ହେବା ସହ ସ୍ବାଭାବିକ ହେବ ପରିସ୍ଥିତି ।

ଏନେଇ ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ କାଟସୁନୋବୁ କୋଟୋଙ୍କ ସୂଚନା ମୁତାବକ ଦେଶରେ ମେଡିକାଲମାନଙ୍କରେ କୋରୋନା ପାଇଁ ସ୍ଥିତି ଶୋଚନୀୟ ହୋଇ ପଡିଥିବା ବେଳେ ଏବେ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ବର୍ତ୍ତମାନ ନୂଆ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 16,550 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 820 ରହିଛି । ଜାନୁଆରୀ ମାସରୁ ଦେଶରେ କୋରୋନାର ଉତ୍ପତ୍ତି ହୋଇଥିବା ଜଣା ପଡିଛି ।

ତେବେ ଟୋକିଓର ଆପାତକାଳୀନ ସ୍ଥିତି ଉଚ୍ଛେଦ ନେଇ କେତେକ ଏକ୍ସପର୍ଟ କହିଛନ୍ତି କି ଯଦି ଆଗାମୀ ସପ୍ତାହେ ମଧ୍ୟରେ ସ୍ଥିତିରେ ଅଧିକ ସୁଧାର ଆସିବା ସହ ଆକ୍ରାନ୍ତ ସଂଖ୍ୟା 70 ତଳକୁ ଖସେ ତେବେ ଏହି ନିଷ୍ପତ୍ତି ନିଶ୍ଚୟ ଫଳପ୍ରଦ ହେବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.