ETV Bharat / international

କୋରୋନା ସ୍ଥିତି ସୁଧାର ପାଇଁ ଜାପାନରେ ରେକର୍ଡ ସୃଷ୍ଟି କଲା ବଜେଟ - କୋରୋନା ମୁକାବିଲା ପାଇଁ ଜାପାନରେ ନୂଆ ବଜେଟ

ଜାପାନରେ କୋରୋନା ସ୍ଥିତିରେ ସୁଧାର ଓ କୋରୋନା ଦ୍ବାରା ହୋଇଥିବା କ୍ଷଯକ୍ଷତିର ଭରଣା ପାଇଁ ଶୁକ୍ରବାର ସଂସଦରେ ପାରିତ ହୋଇଛି ଦ୍ବିତୀୟ ବଜେଟ । ଏହି ବଜେଟର ମୂଲ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରରେ ପାରିତ ହୋଇଥିବା ବଜେଟରେ ରେକର୍ଡ ସୃଷ୍ଟି କରିଛି ।

corona situation in japan, corona fight in japan, budget for corona fight in japan, ଜାପାନରେ କୋରୋନା ସ୍ଥିତି, ଜାପାନରେ କୋରୋନା ମୁକାବିଲା, କୋରୋନା ମୁକାବିଲା ପାଇଁ ଜାପାନରେ ନୂଆ ବଜେଟ, ଜାପାନରେ ନୂଆ କୋରୋନା ବଜେଟ
କୋରୋନା ସ୍ଥିତି ସୁଧାର ପାଇଁ ଜାପାନରେ ରେକର୍ଡ ସୃଷ୍ଟି କଲା ବଜେଟ
author img

By

Published : Jun 13, 2020, 7:12 AM IST

ଟୋକିୟୋ: ଜାପାନରେ କୋରୋନା ସ୍ଥିତିରେ ସୁଧାର ଓ କୋରୋନା ଦ୍ବାରା ହୋଇଥିବା କ୍ଷଯକ୍ଷତିର ଭରଣା ପାଇଁ ଶୁକ୍ରବାର ସଂସଦରେ ପାରିତ ହୋଇଛି ଦ୍ବିତୀୟ ବଜେଟ । ଏହି ବଜେଟର ମୂଲ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରରେ ପାରିତ ହୋଇଥିବା ବଜେଟରେ ରେକର୍ଡ ସୃଷ୍ଟି କରିଛି । ଏହି ବଜେଟର ମୂଲ୍ୟ ରହିଛି 31.91 ଟ୍ରିଲିୟନ ୟେନ ବା 297 ବିଲିୟନ ଡଲାର । ଚଳିତ ଆର୍ଥିକ ବର୍ଷର ଏହା ହେଉଛି ଦ୍ବିତୀୟ ସହାୟକ ରାଶି ।

ଦେଶରେ କୋରୋନା ମାଡରେ ହୋଇଥିବା କ୍ଷତିର ଭରଣା ପାଇଁ ଏହି ବଜେଚରେ ଅତିରିକ୍ତ 117 ଟ୍ରିଲିୟନ ୟେନର ଅର୍ଥକୁ ମଞ୍ଜୁର କରାଯାଇଛି । ଏହାକୁ ଚଳିକ ଆର୍ଥିକ ବର୍ଷରେ କୋରୋନା ସ୍ଥିତି ସୁଧାର କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ୟାକେଜରେ ମୁଖ୍ୟତଃ କ୍ଷୁଦ୍ର ବ୍ୟବସାୟୀଙ୍କୁ ଫୋକସ କରାଯାଇଛି । ଏଥିସହ ପ୍ୟାକେଜରେ କୋରୋନା ଯୁଦ୍ଧରେ ଆଗଧାଡିରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ ପାଇଁ ମଧ୍ୟ ଯୋଜନା ରହିଛି ।

ଯୋଜନା ମୁତାବକ କୋରୋନା ଦ୍ବାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏହି ବଜେଟ ଅଧିନରେ 6 ମିଲିୟନ ୟେନ ପର୍ଯ୍ୟନ୍ତର ସବସିଡି ଯୋଗାଇଦିଆଯିବ । ସେହିପରି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜଣକା 2 ଲକ୍ଷ ୟେନ ଲେଖାଏଁ ଯୋଗାଇ ଦିଆଯିବ । ସେହିପରି ଡାକ୍ତରଖାନା କର୍ମଚାରୀଙ୍କୁ ଜଣକା 1 ଲକ୍ଷ ୟେନ ଲେଖାଏଁ ଦିଆଯିବାର ଯୋଜନା ରହିଛି । ସେପଟେ ରିଜର୍ଭରେ 10 ଟ୍ରିଲିୟନ ୟେନକୁ ସ୍ଥଗିତ ରଖାଯିବ । ଯେଉଁଥିରୁ 5 ଟ୍ରିଲିୟନ ୟେନକୁ ଦେଶରେ ସ୍ବାସ୍ଥ୍ୟସେବା ଉନ୍ନତିକରଣରେ ବ୍ୟବହାର କରାଯିବ ।

ସୂଚନା ମୁତାବକ ଜାପାନରେ ଏଯାବତ୍‌ ମୋଟ 17,332 ଜଣ ଆକ୍ରାନ୍ତ ହୋଇଛନ୍ତି ଓ 922 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.