ETV Bharat / international

ଅପରେସନ ସମୁଦ୍ର ସେତୁ: INS ଜଲଶ୍ବାରେ ଫେରିଲେ 700 ଭାରତୀୟ

author img

By

Published : Jun 5, 2020, 7:15 PM IST

ସମୁଦ୍ର ସେତୁ ଅପରେସନରେ ଶୁକ୍ରବାର କିଛି ଭାରତୀୟ ମାଳଦ୍ବୀପରୁ ଫେରିଛନ୍ତି । ଆଇଏନଏସ ଜଲଶ୍ବାରେ ପ୍ରାୟ 700 ଭାରତୀୟ ସ୍ବଦେଶ ଫେରିଛନ୍ତି । ଗୁରୁବାର ରାତିରେ ପୋର୍ଟ ଅଫ ମାଲେର ପହଞ୍ଚିଥିଲା ଜଲଶ୍ବା । ଅଧିକ ପଢନ୍ତୁ....

ସମୁଦ୍ର ସେତୁ ଅପରେସନରେ ଫେରିବେ 700 ଭାରତୀୟ
ସମୁଦ୍ର ସେତୁ ଅପରେସନରେ ଫେରିବେ 700 ଭାରତୀୟ

ମାଲେ(ମାଳଦ୍ବୀପ): ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରୁ ସ୍ବଦେଶ ଫେରୁଛନ୍ତି ଫସିଥିବା ଭାରତୀୟ । ଏବେ ଯାଏଁ ପ୍ରାୟ 50 ହଜାରରୁ ଅଧିକ ଭାରତୀୟ ବିଭିନ୍ନ ବିମାନରେ ଫେରିଆସିଛନ୍ତି । ତେବେ ମିଶନ ଅଧୀନରେ ଜଳପଥରେ ମଧ୍ୟ ଭାରତୀୟଙ୍କୁ ଫେରାଇ ଅଣାଯାଉଛି ।

ଏହି ଅବସରରେ ସମୁଦ୍ର ସେତୁ ଅପରେସନରେ ଶୁକ୍ରବାର କିଛି ଭାରତୀୟ ମାଳଦ୍ବୀପରୁ ଫେରିଛନ୍ତି । ଆଇଏନଏସ ଜଲଶ୍ବାରେ ପ୍ରାୟ 700 ଭାରତୀୟ ସ୍ବଦେଶ ଫେରିଛନ୍ତି । ଗୁରୁବାର ରାତିରେ ପୋର୍ଟ ଅଫ ମାଲେର ପହଞ୍ଚିଥିଲା ଜଲଶ୍ବା । ଏହାପରେ ଶୁକ୍ରବାର ସକାଳେ ଫସିଥିବା ଭାରତୀୟଙ୍କୁ ନେଇ ଏହା ସ୍ବଦେଶ ଫେରିଛି । ପୂର୍ବରୁ ଜୁନ୍ 1ରେ ଏହା ଶ୍ରୀଲଙ୍କାର କଲୋମ୍ବୋରୁ 700 ଭାରତୀୟଙ୍କୁ ତାମିଲନାଡୁ ଫେରାଇ ଆଣିଥିଲା ।

ପ୍ରକାଶ ଥାଉ କି ମାଳଦ୍ବୀପରୁ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ ଏହା ଜଲଶ୍ବାର ତୃତୀୟ ଟ୍ରିପ୍ । ଆଗରୁ ମେ 8 ଓ 16ରେ ମୋଟ୍ 1296 ଲୋକଙ୍କୁ ଏହା ମାଳଦ୍ବୀପରୁ ଆଣିଥିଲା । ସମୁଦ୍ର ସେତୁ ଅପରସେନର ଏହା ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ଚାଲିଛି । ବର୍ତ୍ତମାନ ଜଲଶ୍ବା ଇରାନ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.