ETV Bharat / international

ଶ୍ରୀଲଙ୍କାରେ ମହଙ୍ଗା ମାଡ଼: ଟମାଟୋ 200କୁ ଲଙ୍କା କିଲୋ 700 ଟଙ୍କା - ଶ୍ରୀଲଙ୍କାରେ ମହଙ୍ଗା ମାଡ଼

ଶ୍ରୀଲଙ୍କାରେ ଏବେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଖାଦ୍ୟ ଏବଂ ପାନୀୟ ଏକ ମାସରେ 15 ପ୍ରତିଶତ ମହଙ୍ଗା । ଏବେ ଟମାଟୋ କିଲୋ 200 ଟଙ୍କାକୁ ଲଙ୍କା କିଲୋ 700 ଟଙ୍କା । ଅଧିକ ପଢନ୍ତୁ

ଶ୍ରୀଲଙ୍କାରେ ମହଙ୍ଗା ମାଡ଼: ଟମାଟୋ 200 କୁ ଲଙ୍କା କିଲୋ 700 ଟଙ୍କା

author img

By

Published : Jan 13, 2022, 11:01 AM IST

ଶ୍ରୀଲଙ୍କା: ଦେବାଳିଆ ସ୍ଥିତିରେ ପଡୋଶୀ ଦେଶ ଶ୍ରୀଲଙ୍କା(Sri Lanka Inflation) । ଶ୍ରୀଲଙ୍କାରେ ଏବେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ଖାଦ୍ୟ ଏବଂ ପାନୀୟ ଏକ ମାସରେ 15 ପ୍ରତିଶତ ମହଙ୍ଗା ହୋଇଛି । 100 ଗ୍ରାମ ଲଙ୍କାର ମୂଲ୍ୟ 71 ଟଙ୍କାକୁ ବୃଦ୍ଧି ପାଇଛି, ଅର୍ଥାତ୍ ବର୍ତ୍ତମାନ ଏକ କିଲୋଗ୍ରାମ ଲଙ୍କା 700 ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଗୋଟିଏ ମାସରେ ଲଙ୍କା ମୂଲ୍ୟରେ 250 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।

ପନିପରିବା ଦରରେ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନରେ ବହୁତ ପ୍ରଭାବ ପକାଇଛି । ପ୍ରାୟ 2.2 କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ବର୍ତ୍ତମାନ ଇତିହାସରେ ସବୁଠାରୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ନଭେମ୍ବର ଶେଷ ସୁଦ୍ଧା ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ 1.6 ବିଲିୟନ ଡ଼ଲାରକୁ ଖସି ଆସିଛି ।

ଶ୍ରୀଲଙ୍କାରେ ଗତ ଚାରି ମାସ ମଧ୍ୟରେ ଏକ ସାଧାରଣ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ 85% ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି । ଏପଟେ ଆମଦାନୀ ନହେବା କାରଣରୁ କ୍ଷୀରର ମୂଲ୍ୟରେ ମଧ୍ୟ ବହୁତ ବୃଦ୍ଧି ଘଟିଛି । ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଶ୍ରୀଲଙ୍କା ତାର ସମସ୍ତ ଖାଦ୍ୟ ଆମଦାନୀ ଉପରେ ନିର୍ଭର କରେ, କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଅଭାବର ସମ୍ମୁଖୀନ ହେଉଛି। ଯାହା ତାଙ୍କର ଖାଦ୍ୟ ଆବଶ୍ୟକତା ଉପରେ ସିଧାସଳଖ ପ୍ରଭାବ ପକାଇଛି ।

ଶ୍ରୀଲଙ୍କାରେ ବର୍ତ୍ତମାନ ପନିପରିବା ଦର:

ଆଳୁ - 200 ଟଙ୍କା / କିଲୋଗ୍ରାମ

ବାଇଗଣ - 160 ଟଙ୍କା / କିଲୋଗ୍ରାମ

କଲରା- 160 ଟଙ୍କା / କିଲୋଗ୍ରାମ

ଭେଣ୍ଡି - 200 / କି.ଗ୍ରା

ଟମାଟୋ - 200 ଟଙ୍କା / କିଲୋଗ୍ରାମ

ବନ୍ଧାକୋବି - 240 / କିଲୋଗ୍ରାମ

ବିନ୍ସ- 320 ଟଙ୍କା / କି.ଗ୍ରା

ବିଶେଷଜ୍ଞମାନେ କହିଛନ୍ତି ଯେ, 2019 ରେ ଶ୍ରୀଲଙ୍କା ପର୍ଯ୍ୟଟନରୁ ପ୍ରାୟ 4 ବିଲିୟନ ଡଲାର ରୋଜଗାର କରିଥିଲା, କିନ୍ତୁ ବିଶ୍ବ ମହାମାରୀ ହେତୁ ଏହା ପ୍ରାୟ 90% ପ୍ରଭାବିତ ହୋଇଛି, ଯେଉଁଥିପାଇଁ ଶ୍ରୀଲଙ୍କର ଅର୍ଥନୀତି ମଧ୍ୟ ଯଥେଷ୍ଟ ଦୁର୍ବଳ ହୋଇଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.