ETV Bharat / international

ଇଣ୍ଡୋନେସିଆର ଜାହାଜ ବୁଡି 53 କ୍ରୁ ମେମ୍ବର ନିଖୋଜ - ଜାହାଜ ବୁଡି

ଇଣ୍ଡୋନେସିଆର ଜାହାଜ ବୁଡି 53 କ୍ରୁ ମେମ୍ବର ନିଖୋଜ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଇଣ୍ଡୋନେସିଆର ଜାହାଜ ବୁଡି 53 କ୍ରୁ ମେମ୍ବର ନିଖୋଜ

author img

By

Published : Apr 25, 2021, 12:44 PM IST

ଜାକର୍ତ୍ତା: ଇଣ୍ଡୋନେସିଆରେ ଗତ କିଛି ଦିନ ଧରି ବୁଡାଜାହାଜଗୁଡିକ ନିଖୋଜ ଥିଲା । ତେବେ ଗତ ଦୁଇ ଦିନ ମଧ୍ୟରେ ବାଲି ଦ୍ବୀପରୁ ଜାହାଜର ଅଂଶବିଶେଷ ପାଇବା ପରେ ଜାହାଜଗୁଡିକ ବୁଡ଼ି ଯାଇଛି ବୋଲି ଘୋଷଣା କରିଛି ନୌସେନା ବାହିନୀ । ତେବେ ଜାହାଜରେ ଥିବା 53 କ୍ରୁ ମେମ୍ବର ନିଖୋଜ ଥିବା ଜଣାପଡିଛି ।

ବାଲି ଦ୍ୱୀପରୁ ଗତ ବୁଧବାର ଦିନ ବୁଡାଜାହାଜର ଭଗ୍ନ ଅଂଶଗୁଡିକ ମିଳିଥିଲା । ତେବେ ଏହି ଭଗ୍ନ ଅଂଶବିଶେଷ ମିଳିବା ପରେ KRI ନାଙ୍ଗଗାଲା 402 ଜାହାଜଟି ବୁଡ଼ି ଯାଇଥିବାର ସ୍ପଷ୍ଟ ହୋଇଛି । ଇଣ୍ଡୋନେସିଆର ଅଧିକାରୀମାନେ ପୂର୍ବରୁ ଜାହାଜଟି କେବଳ ନିଖୋଜ ହୋଇଯାଇଛି ବୋଲି ସନ୍ଦେହ କରୁଥିଲେ । ଇଣ୍ଡୋନେସିଆ ନୌସେନାର ମୁଖ୍ୟ ଅଧିକାରୀ ୟୁଡୋ ମର୍ଗୋନୋ କହିଛନ୍ତି ଯେ ଜାହାଜଗୁଡିକର ବିସ୍ଫୋରଣ ହୋଇନାହିଁ । କାରଣ ବିସ୍ଫୋରଣ ଘଟିଥିଲା ଜାହାଜଗୁଡିକ ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି । ଜାହାଜରେ ଥିବା କ୍ରୁ ମେମ୍ବରଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା ଶେଷ ହୋଇଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ତେବେ ଜାହାଜଗୁଡିକ 500 ମିଟର ବୁଡିବା ପରେ ଏଥିରେ ଫାଟ ସୃଷ୍ଟି ହୋଇଥିଲା । ଯଦି ବିସ୍ଫୋରଣ ହୋଇଥାନ୍ତା ତେବେ ସୋନାର(ଏହା ଏକ କୌଶଳ ଯାହାକି ଜଳର ତଳେ ଥିବା ବସ୍ତୁଗୁଡ଼ିକୁ ଚିହ୍ନଟ କରିବା ପାଇଁ ଶବ୍ଦ ପ୍ରଚାରକୁ ବ୍ୟବହାର କରେ) ଦ୍ବାରା ଜଣାପଡିଥାନ୍ତା ବୋଲି ସେ କହିଛନ୍ତି । ନିଖୋଜ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବେଦ୍ୟୁତିକ ବିଫଳତା କାରଣରୁ ଜାହାଜର କ୍ରୁ ମେମ୍ବରମାନେ ଜରୁରୀକାଳୀନ ମରାମତି କରିବାରେ ଅସମର୍ଥ ହୋଇଥିବେ ବୋଲି ସନ୍ଦେହ କରାଯାଉଛି ।

AP

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.