ଜାକର୍ତ୍ତା: ନୂଆବର୍ଷରୁ ଇଣ୍ଡୋନେସିଆ ଉପରେ ବିପତ୍ତି । ଦେଶର ରାଜଧାନୀରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ବନ୍ୟାରେ ମୃତ୍ୟୁ ସଂଖ୍ୟା 43କୁ ବୃଦ୍ଧି ପାଇଥିବା ଇଣ୍ଡୋନେସିଆ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ସୂଚନା ଦେଇଛି ।
ତେବେ ଜାନୁଆରୀ 1 ଅର୍ଥାତ ନୂଆବର୍ଷରୁ ଦେଶର ରାଜଧାନୀରେ ଲାଗି ରହିଛି ପ୍ରବଳ ବର୍ଷା । ପାଖାଆଖରେ ଥିବା ସମସ୍ତ ନଦୀ ଫୁଲିବା ଫଳରେ ସୃଷ୍ଟି ହୋଇଛି ଏହି ବନ୍ୟା ପରିସ୍ଥିତି ।