କଲୋମ୍ବୋ: ଶ୍ରୀଲଙ୍କାରେ ଚଳିତ ଋତୁରେ ପାଣିପାଗ ବଦଳିଲା ଭଳି ରାଜନୈତିକ ପରିଦୃଶ୍ୟରେ ମଧ୍ୟ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଦେଇଛି । ଆସନ୍ତା ନଭେମ୍ବର 16ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାରତ-ଚୀନ ତୀକ୍ଷ୍ମ ନଜର ରଖିଛନ୍ତି । ଏସିଆ ମହାଦେଶର ଦୁଇ ପ୍ରଭୁତ୍ବଶାଳୀ ରାଷ୍ଟ୍ର ଭାରତ-ଚୀନ କଲମ୍ବୋ ସହ ପାରମ୍ପରିକ ସୁସମ୍ପର୍କ ସ୍ଥାପନ ରଖିବା ସହ କଲମ୍ବୋର ବିଶ୍ବାସଭାଜନ ହେବାରେ ଚେଷ୍ଟିତ । ଦକ୍ଷିଣ ଏସିଆରେ ବିସ୍ତୃତ ଭାବରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ କଲମ୍ବୋର ସହାୟତା ଯଥେଷ୍ଟ ରହିଛି । ଶ୍ରୀଲଙ୍କା ଆଡକୁ ଚୀନ ସମ୍ପର୍କର ହାତ ଭାରତ ପ୍ରତି ବିପଦ ନା ସତର୍କର ଘଣ୍ଟି ଏ ସଂକ୍ରାନ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ସମନ ବୀରସିଂହଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଏଥିର ସେ ଭାରତ-ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ବନ୍ଧୁତ୍ବ ଠାରୁ ଢେର ଉର୍ଦ୍ଧ୍ବରେ ବୋଲି କହିଛନ୍ତି । ଶ୍ରୀଲଙ୍କା-ଚୀନ ମଧ୍ୟରେ ସମ୍ପର୍କର ଘନିଷ୍ଠତା ଭାରତ ପାଇଁ ଆଦୌ ଚିନ୍ତାଜନକ ନୁହେଁ ବୋଲି ସେ କହିଛନ୍ତି ।
ଇଟିଭି ଭାରତ ଏଡିଟର ଇନ୍ ଚିଫ୍ ନିଶାନ୍ତ ଶର୍ମାଙ୍କ ସହ ଆଲୋଚନାରେ ଭାରତ-ଶ୍ରୀଲଙ୍କ ସମ୍ପର୍କ, ଭାରତ ପାଇଁ କଲମ୍ବୋର ମନୋଭାବ କଣ ରହିଛି ସେ ନେଇ ବିସ୍ତାର ଓ ସରଳ ଭାବରେ ସେ ମତ ରଖିଛନ୍ତି । ଆଲୋଚନାରେ ସେ ଭାରତ-ଶ୍ରୀଲଙ୍କା ସହଯୋଗ ଦୀର୍ଘ ଦିନ ହେଲା ସୁଦୃଢ ରହିଛି । ଭାରତ ସହ 1000 ବର୍ଷର ପୁରୁଣା ସମ୍ପର୍କ ରହିଛି । ଏହାସହ ଆବଶ୍ୟକତା ସ୍ଥଳେ ଭାରତ ଶ୍ରୀଲଙ୍କକୁ ସହଯୋଗର ହାତ ବଢାଇଥାଏ ବୋଲି କହିଛନ୍ତି ।
ଚୀନର ଚତୁର ବିସ୍ତାରବାଦୀ ପଞ୍ଝା କେବେ ହେଲେ ଶ୍ରୀଲଙ୍କାକୁ କବଜ୍ କରାପିରବ ନାହିଁ ବୋଲି ସେ କହିଛନ୍ତି । ଏହାସହ ଭାରତ-ଶ୍ରୀଲଙ୍କା ସମ୍ପର୍କରେ ବେଜିଂ କୌଣସି ପ୍ରକାର ପ୍ରଭାବ ପକାଇପାରିବ ନାହିଁ ବୋଲି କହିଛନ୍ତି । ଆଗାମୀ 5 ବର୍ଷରେ ଭାରତ-ଶ୍ରୀଲଙ୍କ ମାଧ୍ୟରେ ସମ୍ପର୍କର ସେତୁ ଅଧିକ ମଜଭୁତ ହେବ ବୋଲି ସେ କହିଛନ୍ତି ।
ନିଶାନ୍ତ ଶର୍ମା, ଏଡିଟର-ଇନ୍-ଚିଫ୍, ଇଟିଭି ଭାରତ