ETV Bharat / international

Indo-China Border Issue: ଆଜି ୨ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

author img

By

Published : Nov 18, 2021, 3:27 PM IST

Updated : Nov 18, 2021, 4:08 PM IST

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଆଜି(ଗୁରୁବାର) ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ସୀମା ବିବାଦ: ଆଜି ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି(ଗୁରୁବାର) ଭାରତ ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ । ଭାରତ-ଚୀନ୍(Indo-China) ସୀମା ବ୍ୟାପାର ଉପରେ ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟ ପ୍ରଣାଳୀ ଉପରେ ଉଭୟ ଦେଶ ମଧ୍ୟରେ ୨୩ତମ ଆଲୋଚନା ହେବାକୁ ଯାଉଛି । ଗତବର୍ଷ ଗଲୱାନ ବିବାଦ ପରେ ଉଭୟଙ୍କ ମଧ୍ୟରେ ସାମରିକ ଏବଂ କୂଟନୈତିକ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ହୋଇନି ସୀମା ବିବାଦ ।

ସୀମାର ଡେପସାଙ୍ଗ ଓ ହଟ୍‌ ସ୍ପ୍ରିଙ୍ଗକୁ ବିବାଦର ମୁଖ୍ୟ କାରଣ ରହି ଆସିଛି । ପୂର୍ବବର୍ତ୍ତୀ ଲଦାଖ ସୀମା ଅଞ୍ଚଳରେ ଅସହ୍ୟ ଥଣ୍ଡା ହେଉଥିଲେ ମଧ୍ୟ ଉଭୟ ପାର୍ଶ୍ବରୁ ବ୍ୟାପକ ଫୋର୍ସକୁ ମୁତୟନ କରାଯାଇଛି । ତେବେ ଏଥିରୁ ଜଣାପଡ଼ୁଛି ଉଭୟ ଦେଶ ହଟିବା ପରିସ୍ଥିତିରେ ନାହାନ୍ତି । ଏହି ୧୪ତମ ଦ୍ବିପାକ୍ଷିକ ଆଲୋଚନା ବିବାଦର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି । ତେବେ ଗୁରୁବାର ସୀମା ବ୍ୟାପାର ଉପରେ ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋଚନା କରାଯିବ ।

ଗତଥର ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଆଲୋଚନା ସାମରିକ ସ୍ତରରେ ଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ମାସରେ ହୋଇଥିଲା । ଏହି ଆଲୋଚନା ପରେ ଭାରତ କହିଥିଲା ଯେ ବୈଠକରେ ବିବାଦର ଅନ୍ତ ଘଟାଇବା ପାଇଁ ଦେଶ ଅନେକ ପ୍ରସ୍ତାବ ଦେଇଥିଲେ ମଧ୍ୟ ଚୀନ ସେଥିରେ ଅଗ୍ରାହ୍ୟ ପ୍ରକାଶ କରିଥିଲା । ଏହାସହିତ ଚୀନ ନିଜ ପକ୍ଷରୁ ମଧ୍ୟ କୌଣସି ପ୍ରସ୍ତାବ ଦେଉନଥିବା ଦେଖିବାକୁ ମିଳିଥିଲା । ଏହାଦ୍ବାରା ଉକ୍ତ ବୈଠକ ଫଳପ୍ରଦ ହୋଇନଥିଲା ।

ଚୀନ LACରେ ଦ୍ବିପାକ୍ଷିକ ଚୁକ୍ତି ବିରୋଧରେ ଯାଉଥିବାରୁ ସୀମାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଭାରତ କହିଛି । ଏଥିଲାଗି ଚୀନ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଉଚିତ ବୋଲି ଭାରତ କହିଛି । ଚୀନ ଏପରି କଲେ ସୀମାରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ସ୍ଥାନରେ ପୁନଃ ଶାନ୍ତି ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।

@ANI

Last Updated : Nov 18, 2021, 4:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.