ETV Bharat / international

ୟୁଟ୍ୟୁବ୍‌ରେ ଫେକ୍‌ ନ୍ୟୁଜ୍‌ ଓ ବେଆଇନ କଣ୍ଟେଣ୍ଟ ମନିଟର କରିବ ଗୁଗୁଲ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ୟୁଟ୍ୟୁବ୍‌ରେ ଉଭୟ ଫେକ ନ୍ୟୁଜ୍‌ ଓ ବେଆଇନ କଣ୍ଟେଣ୍ଟକୁ ରୋକିବା ସହ ଏଗୁଡିକ ଉପରେ ମନିଟର କରିବାର ନିଷ୍ପତ୍ତି ନେଇଛି ଗୁଗୁଲ । ଏନେଇ ୟୁଟ୍ୟୁବ୍‌କୁ ଦକ୍ଷିଣ କୋରିଆ ସହ ସହଯୋଗ କରିବାକୁ ହେବ ବୋଲି ଗୁଗୁଲ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

content monitoring on youtube, youtube latest news, google latest news, latest technology news, fake news on youtube, fake news,  ୟୁଟ୍ୟୁବ୍‌ରେ କଣ୍ଟେଣ୍ଟ ମନିଟରିଂ, ୟୁଟ୍ୟୁବ୍‌ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ୟୁଟ୍ୟୁବ୍‌ରେ ଫେକ ନ୍ୟୁଜ୍‌, ଫେକ ନ୍ୟୁଜ୍‌
ୟୁଟ୍ୟୁବ୍‌ରେ ଫେକ୍‌ ନ୍ୟୁଜ୍‌ ଓ ବେଆଇନ କଣ୍ଟେଣ୍ଟ ମନିଟର କରିବ ଗୁଗୁଲ
author img

By

Published : Jul 13, 2020, 4:21 AM IST

ସିଓଲ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ ନ୍ୟୁଜ୍‌ ବ୍ୟାପିବାକୁ ବେଶି ସମୟ ଲାଗିନଥାଏ । ଅଧିକାଂଶ ଲୋକେ ଏହି ପ୍ଲାଟଫର୍ମରେ ନିଜକୁ ବ୍ୟସ୍ତ ରଖୁଥିବାରୁ ଲୋକଙ୍କ ମଧ୍ୟରେ ଫେକ ନ୍ୟୁଜ୍‌ ମଧ୍ୟ ନିଆଁ ବେଗରେ ବ୍ୟାପିଯାଏ । ସେହିପରି ବେଆଇନ କଣ୍ଟେଣ୍ଟ ପାଇଁ ମଧ୍ୟ ଏବେ ସୋସିଆଲ ମିଡିଆ ଏକ ସହଜ ଓ ଶସ୍ତା ପ୍ଲାଟଫର୍ମ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ । ଏମିତିରେ ୟୁଟ୍ୟୁବ୍‌ରେ ଉଭୟ ଫେକ ନ୍ୟୁଜ୍‌ ଓ ବେଆଇନ କଣ୍ଟେଣ୍ଟକୁ ରୋକିବା ସହ ଏଗୁଡିକ ଉପରେ ମନିଟର କରିବାର ନିଷ୍ପତ୍ତି ନେଇଛି ଗୁଗୁଲ । ଏନେଇ ୟୁଟ୍ୟୁବ୍‌କୁ ଦକ୍ଷିଣ କୋରିଆ ସହ ସହଯୋଗ କରିବାକୁ ହେବ ବୋଲି ଗୁଗୁଲ ସ୍ପଷ୍ଟ କରିଛି ।

ଗୁଗୁଲର ବରିଷ୍ଠ ଉପାଧ୍ୟକ୍ଷ ନିଲ ମୋହନଙ୍କ ଏନେଇ କୋରିଆନ କମ୍ୟୁନିକେସନ କମିଶନ (କେସିସି) ଅଧ୍ୟକ୍ଷ ହାନ ସାଙ୍ଗ ହ୍ୟୁକଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ ହ୍ୟାନ ଏହି ମନିଟରିଂ ପ୍ରସଙ୍ଗରେ ଅନୁରୋଧ କରିଥିଲେ । ସେ କହିଥିଲେ କି କୋରୋନା ମହାମାରୀ ନେଇ ୟୁଟ୍ୟୁବ୍‌ରେ ଅନେକ ମିଛ ଖବର ପ୍ରଚାର ହେଉଛି । ଏଥିସହ ଅନେକ ବେଆଇନ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖାଯାଉଛି । ଯାହାକୁ ରୋକିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ । ସେପଟେ ଦକ୍ଷିଣ କୋରିଆରେ ମଧ୍ୟ ନିକଟରେ ଡିଜିଟାଲ ଯୌନ ଶୋଷଣର ମାମଲା ସାମ୍ନାକୁ ଆସିଛି ।

ତେଣୁ ଏସବୁ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସମସ୍ତ କଣ୍ଟେଣ୍ଟ ଓ ସୋସିଆଲ ମିଡିଆରେ କାର୍ଯ୍ୟକଳାପକୁ ମନିଟରିଂ ଦେଇ ଗତି କରିବାକୁ ହେବ । ଗତ ବର୍ଷ ଗୁଗୁଲ ନିଜସ୍ବ ଉଦ୍ୟମରେ ଏହି କାର୍ଯ୍ୟକଳାପ ଉପରେ ରୋକ ଲଗାଇଥିଲା । ଯାହାକୁ ୟୁଜର୍ସଙ୍କ ପ୍ରତି ଅନ୍ୟାୟ ବୋଲି କେସିସି କହିଥିଲା । ଟେଲିକମ ନିୟମ ଉଲଙ୍ଘନ ଅଭିଯୋଗରେ ଗୁଗୁଲ ଉପରେ 720,000 ଡଲାରର ଫାଇନ ଲଗାଇଥିଲା କେସିସି ।

ଗତ ମାର୍ଚ୍ଚ ମାସରେ ଆଲଫାବେଟ ତଥା ଗୁଗୁଲ ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟ କରିଥିଲେ କି କୋରୋନା ସଂକ୍ରମଣ ସମ୍ବନ୍ଧୀୟ ବିଭ୍ରାନ୍ତିକର ଭିଡିଓକୁ ୟୁଟ୍ୟୁବରୁ ହଟାଯାଇଛି । ଏଥିପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.