ETV Bharat / international

କୋରୋନା ପ୍ରଭାବ: ଆଫଗାନିସ୍ତାନରେ ଖାଦ୍ୟ ଦ୍ରବ୍ୟ ମୂଲ୍ୟ ଦ୍ବିଗୁଣିତ - food in afghanistan doubles due to corona

ବିଶ୍ବ ଅର୍ଥନୀତି କୋରୋନାର କୋରଡା ମାଡରେ ଏକ ପ୍ରକାର ଦୁର୍ବଳ ହୋଇଛି । ଏବେ କୋରୋନା କାରଣରୁ ଆଫଗାନିସ୍ତାନରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ଦ୍ବିଗୁଣିତ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 17, 2020, 11:13 PM IST

କାବୁଲ: କୋରୋନା ଭାଇରସ ବିସ୍ତାର କାରଣରୁ ସାରା ବିଶ୍ବରେ ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ବିଶ୍ବସମୂହ ଆଗରେ କୋରୋନା ନୂଆ ନୂଆ ବିପଦ ଆଣିଛି । ବିଶ୍ବ ଅର୍ଥନୀତି କୋରୋନାର କୋରଡା ମାଡରେ ଏକ ପ୍ରକାର ଦୁର୍ବଳ ହୋଇଛି । ଏବେ କୋରୋନା କାରଣରୁ ଆଫଗାନିସ୍ତାନରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ଦ୍ବିଗୁଣିତ ହୋଇଛି ।

କୋରୋନା ଭାଇରସ୍ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ପାକିସ୍ଥାନ, ଇରାନ ସହିତ ସୀମା ସଂଲଗ୍ନ କାରଣୁ ଆଫଗାନିସ୍ତାନ ପ୍ରଭାବିତ ହୋଇଛି । ଆଫଗାନିସ୍ତାନରେ ଏପର୍ଯ୍ୟନ୍ତ ମାତ୍ର 16 ଟି କୋରୋନା ଭାଇରସ୍ ରିପୋର୍ଟ ରହିଛି । ମାତ୍ର କୋରୋନା କାରଣରୁ ଦେଶରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ଦୁଇଗୁଣା ହୋଇଛି ।

ମଙ୍ଗଳବାର ସରକାର ଦେଶର ବିଭିନ୍ନ ବ୍ୟବସାୟୀଙ୍କୁ ନୋଟିସ୍ ପଠାଇ ଅଧିକ ମୂଲ୍ୟରେ ଖାଦ୍ୟ ବିକ୍ରୟ ନକରିବାକୁ କହିଛି । ଏହା ମଧ୍ୟ ଚେତାବନୀ ଦେଇଛି ଯେ, ଏଭଳି କରିବା ଅପରାଧ । ଯଦି କେହି ଅପରାଧ କରୁଥିବା ସମୟରେ ଧରା ପଡେ ତେବେ ତାହା ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଦେଶରେ ଅନେକ ଦ୍ରବ୍ୟର ମୂଲ୍ୟ ଆକାଶ ଛୁଆଁ ରହିଥିଲା । କାବୁଲର କେତେକ ସ୍ଥାନରେ 900 ଟଙ୍କାରେ ମିଳୁଥବା 49 କିଲୋଗ୍ରାମ ଅଟାର ମୂଲ୍ୟ ବର୍ତ୍ତମାନ 1800 ଟଙ୍କାରେ ବିକ୍ରି ହେଉଛି |

ମୂଲ୍ୟ ବୃଦ୍ଧି ଯୋଗୁଁ କାବୁଲ ବାସିନ୍ଦା ନାନଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକ ଅତି କମରେ ତିନିମାସ ପାଇଁ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ପାଇଁ ଦୋକାନ ବାହାରେ ଧାଡି ଲମ୍ବାଇ ଛିଡା ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ, ସାରା ବିଶ୍ବରେ 155 ଦେଶରେ କୋରୋନା ଆତଙ୍କ । ପାଖାପାଖି 186966 କୋରୋନା ଭାଇରସ କେସ ସାମ୍ନାକୁ ଆସିଥିବା ବେଳେ ବିଶ୍ବରେ ମୋଟ 7411 ଜଣ ପ୍ରାଣ ହରାଇଛନ୍ତି । ଏହାସହ 80836 ଜଣ କୋରୋନାରୁ ଆରୋଗ୍ୟ ମଧ୍ୟ ହୋଇଛନ୍ତି ।

@IANS ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.