ETV Bharat / international

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, କଦଳୀର ଦାମ ୩୩୦୦ ଟଙ୍କା

ସାରାବିଶ୍ବ ଏବେ ମହାମାରୀ କୋରୋନା ସହ ସଙ୍ଘର୍ଷ କରୁଥିବା ବେଳେ ଏପଟେ ଭୋକରେ ଛଟପଟ ହେଉଛି ଉତ୍ତର କୋରିଆ । ବର୍ତ୍ତମାନ ଲୋକମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଦର ଅପେକ୍ଷା ଅନେକ ଗୁଣ ଅଧିକ ମୂଲ୍ୟରେ ନେବାକୁ ପଡ଼ୁଛି । ଅଧିକ ପଢନ୍ତୁ...

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, 1 କିଲୋ କଦଳୀର ଦାମ ୩୩୦୦ ଟଙ୍କା

author img

By

Published : Jun 19, 2021, 12:32 PM IST

ପୋଙ୍ଗୟାଙ୍ଗ: ସାରାବିଶ୍ବ ଏବେ ମହାମାରୀ କୋରୋନା ସହ ସଙ୍ଘର୍ଷ କରୁଥିବା ବେଳେ ଏପଟେ ଭୋକରେ ଛଟପଟ ହେଉଛି ଉତ୍ତର କୋରିଆ । ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବା ନେଇ ଦୀର୍ଘ ଦିନ ଧରି ରିପୋର୍ଟ ହୋଇ ଆସୁଥିଲା, କିନ୍ତୁ ବର୍ତ୍ତମାନ ଯେଉଁ ରିପୋର୍ଟ ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏଠାରେ ବର୍ତ୍ତମାନ ଲୋକମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଦର ଅପେକ୍ଷା ଅନେକ ଗୁଣ ଅଧିକ ମୂଲ୍ୟରେ ନେବାକୁ ପଡ଼ୁଛି । ତେବେ ଦେଶର ଏଭଳି ଆର୍ଥିକ ସ୍ଥିତିକୁ ସ୍ବୀକାର କରିଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ।

ନିକଟରେ ଏକ ବୈଠକରେ କିମ ମାନିଛନ୍ତି ଯେ, ଦେଶର ସ୍ଥିତି ବର୍ତ୍ତମାନ ବହୁତ ଶୋଚନୀୟ ରହିଛି । ଖାଦ୍ୟାଭାବ କାରଣରୁ ଉତ୍ତର କୋରିଆରେ ମହଙ୍ଗା ଶିଖରରେ ପହଞ୍ଚିଛି । ଦରଦାମ ଏତେ ବଢି ଯାଇଛି ଯେ, ସାଧାରଣ ଲୋକଙ୍କ ପାଇଁ ଓଳିଏ ଖାଦ୍ୟ ଯୋଗାଡ କରିବା ମୁସ୍କିଲ ହୋଇ ପଡିଛି । ଏହାସହ ଦେଶର କୃଷି କ୍ଷେତ୍ର ଏହାର ଶସ୍ୟ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି । ଏହାର କାରଣ ଗତ ବର୍ଷ ଆସିଥିବା ଝଡ ଏବଂ ଏହା ଦ୍ବାରା ସୃଷ୍ଟି ହୋଇଥିବା ବନ୍ୟା ବୋଲି କୁହାଯାଉଛି । ବର୍ତ୍ତମାନ ଏହାର ରାଜଧାନୀ ପ୍ୟୋଙ୍ଗୟଙ୍ଗରେ ବ୍ଲାକ ଟିର ଏକ ଛୋଟ ପ୍ୟାକେଜ୍‌ର ମୂଲ୍ୟ ୭୦ ଡଲାର(ପ୍ରାୟ ୫,୧୬୭ ଟଙ୍କା) ଗୋଟିଏ କଫି ପ୍ୟାକେଟ୍‌ର ମୂଲ୍ୟ ୧୦୦ ଡଲାର (୭,୩୮୧ ଟଙ୍କା), ଏକ କିଲୋଗ୍ରାମ କଦଳୀର ମୂଲ୍ୟ ୪୫ ଡଲାର (୩୩୦୦) ଟଙ୍କା ରହିଛି ।

ତେବେ ଆନ୍ତର୍ଜାତୀୟ ବିଶ୍ଳେଷକମାନେ କହିଛନ୍ତି ଯେ, କିମ୍ ଦେଶର ଦାରିଦ୍ର ତଥା କ୍ଷୁଧାକୁ ଦୂର କରିବାରେ ବିଫଳ ହୋଇଛନ୍ତି । ସେ ତାଙ୍କ ପିତାଙ୍କଠାରୁ କ୍ଷମତା ଗ୍ରହଣ କରିବା ସମୟରେ ନିଜ ଦେଶବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ସେ ଲୋକମାନଙ୍କୁ ଏକ ସମୃଦ୍ଧ ଭବିଷ୍ୟତ ପ୍ରଦାନ କରିବେ । କିନ୍ତୁ ଏହାର ବିପରୀତ ଘଟଣା ଘଟିଲା । ବର୍ତ୍ତମାନ ଲୋକମାନେ ଖାଇବା ପାଇଁ ଛଟପଟ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର କୋରିଆରେ ଆର୍ଥିକ ଅବସ୍ଥା ଖରାପ ହେବାର ପ୍ରମୁଖ କାରଣ ହେଉଛି କୋରୋନା ସଙ୍କଟ ଏବଂ ପରମାଣୁ କାର୍ଯ୍ୟକ୍ରମ ଯୋଗୁଁ ଉତ୍ତର କୋରିଆ ଉପରେ ଲାଗୁ ହୋଇଥିବା ଆନ୍ତର୍ଜାତୀୟ ପ୍ରତିବନ୍ଧକ ।

ତେବେ କୋରୋନା ସଂକ୍ରମଣ ହେତୁ ଉତ୍ତର କୋରିଆ ଦେଢ ବର୍ଷରୁ ଅଧିକ ସମୟ ପାଇଁ ଏହାର ସୀମା ବନ୍ଦ କରିଛି, ଯାହା ଦେଶର ବହୁ କ୍ଷତି ଘଟାଉଛି । ଏହାର ଅଧିକାଂଶ ବାଣିଜ୍ୟ ଚୀନ୍ ସହିତ ହୋଇଥାଏ । ଅଧିକାଂଶ ଖାଦ୍ୟ ସାମଗ୍ରୀ, ସାର ଏବଂ ଇନ୍ଧନ ପାଇଁ ଉତ୍ତର କୋରିଆ ମୁଖ୍ୟତଃ ଚୀନ୍ ଉପରେ ନିର୍ଭରଶୀଳ । କିନ୍ତୁ କୋରୋନା ସଙ୍କଟ କାରଣରୁ ସୀମା ବନ୍ଦ ହେବା ପରେ ଚୀନ୍ ସହିତ ବାଣିଜ୍ୟ କରାବାର ଠପ୍ ହୋଇଯାଇଥିଲା । ଏଥି ସହିତ ଆଣବିକ କାର୍ଯ୍ୟକ୍ରମ ଯୋଗୁଁ ଉତ୍ତର କୋରିଆ ଉପରେ ମଧ୍ୟ ଆନ୍ତର୍ଜାତୀୟ କଟକଣା ଲାଗୁ କରାଯାଇଛି, ଯାହା ଏହାର ଅର୍ଥନୈତିକ ବିକାଶ ଉପରେ ପ୍ରଭାବ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.