ETV Bharat / international

କୋରୋନା ଆତଙ୍କ: ପାକିସ୍ତାନରେ ପ୍ରଥମ ମୃତ୍ୟୁ ରିପୋର୍ଟ

ଚୀନ ପରେ ୟୁରୋପ ମହାଦେଶରେ କୋରୋନାର ତାଣ୍ଡବ ଜାରି ରହିଛି । ଏହା ଭିତରେ ଏସୀୟ ଦେଶମାନେ ମଧ୍ୟ କୋରୋନାରେ ପ୍ରଭାବିତ । ମଙ୍ଗଳବାର ପାକିସ୍ତାନରେ କୋରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

author img

By

Published : Mar 17, 2020, 7:07 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଇସଲାମାବାଦ: ମହାମାରୀ କୋରୋନା ଭୟରେ ଏବେ ସାରା ବିଶ୍ବ ଭୟଭୀତ । ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରୁଛି କୋରୋନା । ଚୀନ ପରେ ୟୁରୋପ ମହାଦେଶରେ କୋରୋନା ତାଣ୍ଡବ ଜାରି ରହିଛି । ଏହାଭିତରେ ଏସୀୟ ଦେଶମାନେ ମଧ୍ୟ କୋରୋନାରେ ପ୍ରଭାବିତ । ମଙ୍ଗଳବାର ପାକିସ୍ତାନରେ କୋରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ପାକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, ଦେଶରେ କୋରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାସହ ପାକିସ୍ତାନରେ ଏ ଏପର୍ଯ୍ୟନ୍ତ ପାକିସ୍ତାନରେ 195 ଜଣଙ୍କ ପଜିଟିଭ ରିପୋର୍ଟ ରହିଛି ।

ପାକିସ୍ତାନରେ କୋରୋନାରେ ମୃତ ବ୍ୟକ୍ତି ଜଣକ ଲାହୋରର ମାୟୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନାମ ଇମ୍ରାନ ଓ ଘର ହଫିଜାବାଦରେ । ସେ ନିକଟରେ ଇରାନରୁ ଫେରିଥିଲେ ।

ଏଠାରେ ସୂଚନା ଯୋଗ୍ୟ, ସାରା ବିଶ୍ବରେ 162 ଦେଶରେ କୋରୋନା ଆତଙ୍କ । ପାଖାପାଖି 186966 କୋରୋନା ଭାଇରସ କେସ ସାମ୍ନାକୁ ଆସିଥିବା ବେଳେ ବିଶ୍ବରେ ମୋଟ 7411 ଜଣ ପ୍ରାଣ ହରାଇଛନ୍ତି । ଏହାସହ 80836 ଜଣ କୋରୋନାରୁ ଆରୋଗ୍ୟ ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.