ଚୀନ: ଗର୍ଲଫ୍ରେଣ୍ଡ ନିଜ ବଏଫ୍ରେଣ୍ଡକୁ ବିଚ ରାସ୍ତାରେ 52 ଥର ଚାପୁଡା ମାରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରେମିକା ଏକ ସ୍ମାର୍ଟ ଫୋନ ଦେବାକୁ ପ୍ରେମିକ ନିକଟରେ ଦାବି କରିଥିଲେ । ହେଲେ ପ୍ରେମିକା ମାଗିଥିବା ଫୋନ ଦେବାକୁ ଅସମର୍ଥ ହୋଇଥିଲା ପ୍ରେମିକ । ଫଳରେ ସର୍ବସମ୍ମୁଖରେ ପ୍ରେମିକକୁ ଅପଦସ୍ତ ହେବାକୁ ପଡିଥିଲା । ଏହି ଘଟଣା ହେଉଛି ଚୀନର ଦାଜହୋଉ ସହରର ।
ଚାପୁଡା ପରେ ଚାପୁଡା । ଗୋଟେ ନୁହେଁ କି, ଦୁଇଟି ନୁହେଁ । ବିଚ ରାସ୍ତାରେ ଲଗାତାର 52ଥର ଚାପୁଡା ମାରିଚାଲିଥିଲେ ପ୍ରେମିକା । ପୁରା ଘଟଣା ଏକ ସିସିଟିଭିରେ କଏଦ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଦେଖଣାହାରୀ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା ।
ସିସିଟିଭିରେ କଏଦ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ଗର୍ଲଫ୍ରେଣ୍ଡକୁ କାବୁକରିବା ସମୟରେ ବାଧକ ସାଜିଥିଲା ବଏଫ୍ରେଣ୍ଡ । କାରଣ ନିଜ ଗର୍ଲଫ୍ରେଣ୍ଡ ପୋଲିସ ହେପାଜତକୁ ଯିବାପରେ କାଳେ ହଇରାଣ ହରକତ ହେବେ, ସେଥିପାଇଁ ସଫାସଫା ପୋଲିସ ହେପାଜତକୁ ନେବାକୁ ବାରଣ କରିଥିଲା ବଏଫ୍ରେଣ୍ଡ ।