କାବୁଲ: ଭୂକମ୍ପରେ ଥରିଲା ଆଫଗାନିସ୍ଥାନର କବୁଲ । ଶୁକ୍ରବାର ଭୋର 4ଟା 34 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । 43 କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ରହିଥିଲା ।
ତେବେ, ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।
@ ANI