ତାଇପେଇ: ତାଇଓ୍ବାନର ଟାଇଡୋଙ୍ଗରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ କରାଯାଇଛି । ବିଳମ୍ବିତ ରାତି ୧.୪୧ ମିନିଟ ସମୟରେ ଏହି ଭୂକମ୍ପ ଅନୂଭୁତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(NCS) ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଚାଇନା ଭୂକମ୍ପ ସର୍ବେକ୍ଷଣ ସଂସ୍ଥା (CENS) ପକ୍ଷରୁ ସୂଚନା ଦିଆଯାଇଛି ।
ଏହାର ଗଭୀରତା ୨୦ କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦ୍ରାଘିମା ୧୨୧.୫୫ ଓ ଅକ୍ଷାଂଶ ୨୩.୪୫ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ସେହିପରି ୧.୪୩ ମିନିଟ ସମୟରେ ହୁଆଲିଏନରେ ୫.୭ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । କୌଣସି ସ୍ଥାନରୁ ବ୍ୟାପକ ସମ୍ପତ୍ତି ନଷ୍ଟ କିମ୍ବା ଜୀବନହାନୀର ରିପୋର୍ଟ ହସ୍ତଗତ ହୋଇନାହିଁ ।