ଜାକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ । ଭୂମିକମ୍ପରେ 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧00ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଏହାର ତୀବ୍ରତା ଥିଲା 6.5 ।
ଭୂମିକମ୍ପ ଫଳରେ ଗୋଟିଏ ହସ୍ପିଟାଲ ଓ ବିଶ୍ବବିଦ୍ୟାଳୟ ଭୁଷୁଡି ଯାଇଥିବା ଅନେକ କୋଠାବାଡି ମାଟିରେ ମିଶିଛି । ଅନେକ ସ୍ଥାନରେ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀ ମାନଙ୍କୁ ଖୋଲା ସ୍ଥାନରେ ତମ୍ବୁ ଲଗାଇ ରଖାଯାଇଛି । ଗୁରୁବାର ସକାଳେ ଇଣ୍ଡୋନେସିଆର ପୂର୍ବାଞ୍ଚଳରେ ରାଜ୍ୟ ମଲ୍ଲୁକୁରେ ଭୂମିକମ୍ପ ହୋଇଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ଉତ୍ତର-ଭାରତ ସମେତ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାସହ ପିଓକେରେ ଭୂମିକମ୍ପ ଯୋଗୁଁ ୨୬ ଜଣ ପ୍ରାଣ ହରାଇବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ ।