ETV Bharat / international

ଦୁବାଇ ସ୍ଥିତ ଭାରତୀୟ କୁନି ଝିଅର ଯୋଗାଭ୍ୟାସରେ ବିଶ୍ବ ରେକର୍ଡ

author img

By

Published : Jul 20, 2020, 1:10 AM IST

ଦୁବାଇସ୍ଥିତ ଭାରତୀୟ ଶିଶୁଙ୍କ ନିଆରା ରେକର୍ଡ । ଏକ ଛୋଟିଆ ବାକ୍ସରେ ପ୍ରାୟ 100ରୁ ଉର୍ଦ୍ଧ୍ବ ଯୋଗାସନ କରି ସେ ସୃଷ୍ଟି କରିଛନ୍ତି ନୂଆ ବିଶ୍ବ ରେକର୍ଡ । ସମ୍ପୃକ୍ତ କୁନି ଝିଅ ଜଣଙ୍କ ହେଉଛନ୍ତି ସମ୍ରିଦ୍ଧି କଲିଆ ।

world record of indian girl, world record in yoga, dubai latest news, yoga, samridhi kalia, ଭାରତୀୟଙ୍କ ବିଶ୍ବ ରେକର୍ଡ, ଯୋଗାଭ୍ୟାସରେ ବିଶ୍ବ ରେକର୍ଡ, ଦୁବାଇ ଲାଟେଷ୍ଟ ନ୍ୟୁଜ୍‌, ଯୋଗାସନ, ସମ୍ରିଦ୍ଧି କଲିଆ
ଦୁବାଇସ୍ଥିତ ଭାରତୀୟ କୁନି ଝିଅର ଯୋଗାଭ୍ୟାସରେ ବିଶ୍ବ ରେକର୍ଡ

ଆବୁଧାବି: ଦୁବାଇସ୍ଥିତ ଭାରତୀୟ ଶିଶୁଙ୍କ ନିଆରା ରେକର୍ଡ । ଏକ ଛୋଟିଆ ବାକ୍ସରେ ପ୍ରାୟ 100ରୁ ଉର୍ଦ୍ଧ୍ବ ଯୋଗାସନ କରି ସେ ସୃଷ୍ଟି କରିଛନ୍ତି ନୂଆ ବିଶ୍ବ ରେକର୍ଡ । ସମ୍ପୃକ୍ତ କୁନି ଝିଅ ଜଣଙ୍କ ହେଉଛନ୍ତି ସମ୍ରିଦ୍ଧି କଲିଆ । ତେବେ ଏହି ଟାଇଟେଲ ସମ୍ରିଦ୍ଧିଙ୍କ ତୃତୀୟ ସର୍ବବୃହତ କୃତୀତ୍ବ ହୋଇଥିବା ବେଳେ ମାତ୍ର ଗୋଟିଏ ମାସ ଭିତରେ ସେ ହାତେଇଛନ୍ତି ଦ୍ବିତୀୟ ଟାଇଟେଲ ।

11 ବର୍ଷୀୟ ସମ୍ରିଦ୍ଧି ଏହି ବିଶ୍ବ ରେକର୍ଡ ସୃଷ୍ଟି କରିବା ସହ ଗୋଲ୍ଡେନ ବୁକ ଅଫ ୱାର୍ଲ ରେକର୍ଡରେ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିଛନ୍ତି । ଆବଦ୍ଧ ସ୍ଥାନ ମଧ୍ୟରେ ଦୃତତମ ଶହେ ଯୋଗାସନ କରିବାରେ ସେ ଏହି କୃତୀତ୍ବ ହାସଲ କରିଛନ୍ତି । ତେବେ ଏହି ପୁରା ରେକର୍ଡ ସୃଷ୍ଟି କରିବା ପାଇଁ ତାଙ୍କୁ 3 ମିନିଟ 18 ସେକେଣ୍ଡର ସମୟ ଲାଗିଥିଲା । ଯାହା ବୁର୍ଜ ଖଲିଫାର ଦର୍ଶନୀୟ ଡେକରେ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ସେ 1ମିନିଟ ମଧ୍ୟରେ ଏକ ଛୋଟ ବାକ୍ସ ମଧ୍ୟରେ ରହି 40ଟି ଜଟିଳ ଯୋଗାସନ କରି ରେକର୍ଡ ସୃଷ୍ଟି କରିସାରିଥିଲେ । ଜୁନ 21ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ଦିବସରେ ସେ ଏହି କୃତୀତ୍ବ ହାସଲ କରିଥିଲେ ।

ତେବେ ଦୁବାଇର ସ୍କୁଲ ଅଫ ଆମ୍ବାସଡରରେ ସପ୍ତମ ଶ୍ରେଣୀରେ ପଢୁଥିବା ସମ୍ରିଦ୍ଧି କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଏହା କରିପାରିଥିବା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ଦୈନିକ 2ରୁ 3 ଘଣ୍ଟା ଯୋଗାଭ୍ୟାସ କରିଥାଆନ୍ତି । କେବଳ ସେତିକି ନୁହେଁ, ସମ୍ରିଦ୍ଧି ଟେନିସ ଖେଳିବାରେ ମଧ୍ୟ ପାରଙ୍ଗମ । ଏଥିସହ ସନ୍ତରଣ, ସାଇକେଲିଂ, ଆଇସ ସ୍କେଟିଂ ଓ ବ୍ୟାଡମିଣ୍ଟନରେ ମଧ୍ୟ ରୁଚି ରଖିଥିବା ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.