ETV Bharat / international

ସଙ୍କଟରେ ପାକିସ୍ତାନ ସ୍ବାସ୍ଥ୍ୟକର୍ମୀ

ଗୋଟିଏ ସପ୍ତାହ ଭିତରେ ପାକିସ୍ତାନରେ 75 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କୋଭିଡ 19 ଭୂତାଣୁର ଶିକାର ହୋଇଛନ୍ତି । 191ଟି ନୂଆ ମାମଲା ସାମନାକୁ ଆସିଛି । ଅଧିକ ପଢନ୍ତୁ...

ସଙ୍କଟରେ ପାକିସ୍ତାନ ସ୍ବାସ୍ଥ୍ୟକର୍ମୀ
ସଙ୍କଟରେ ପାକିସ୍ତାନ ସ୍ବାସ୍ଥ୍ୟକର୍ମୀ
author img

By

Published : May 2, 2020, 6:55 AM IST

ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ପାଲଟୁଛି । ମୁକାବିଲାରେ ସରକାରଙ୍କ ବିଫଳତା ଓ ଅପାରଦର୍ଶିତା ଯୋଗୁଁ ଅଧିକ ଲୋକେ ଏହି ମହାମାରୀର ଶିକାର ହେଉଛନ୍ତି । ଏପରି ସ୍ଥିତିରେ ଆଉ ଏକ ଖବର ପାକ୍ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ।

ଜାତୀୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅଧିକ ସଙ୍କଟ ଦେଖାଦେଇଛି । ଗତ ସପ୍ତାହେ ମଧ୍ୟରେ ଏମାନଙ୍କ ଭିତରେ କୋରୋନା ସଂକ୍ରମଣର ଡର ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଗୋଟିଏ ସପ୍ତାହ ଭିତରେ ପାକିସ୍ତାନରେ 75 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କୋଭିଡ 19 ଭୂତାଣୁର ଶିକାର ହୋଇଛନ୍ତି ।

ଏପ୍ରିଲ 23 ରିପୋର୍ଟ ଅନୁସାରେ ଏହି ସଂଖ୍ୟା 253 ଥିଲା । ହେଲେ ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏହା 444କୁ ବୃଦ୍ଧି ପାଇଛି । ଅର୍ଥାତ ଗୋଟିଏ ସପ୍ତାହରେ 191ଟି ମାମଲା ତଥା 75 ପ୍ରତିଶତ ବଢିଛି । ଏବେ ସୁଦ୍ଧା 216 ଡାକ୍ତର, 67 ନର୍ସ ଓ 161 ସ୍ବାସ୍ଥ୍ୟକର୍ମୀ ଏହି ମହାମାରୀର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଘରେ 204 ଜଣ ଆଇସୋଲେସନରେ ଅଛନ୍ତି । 138 ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବାକି 94 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

8 ଜଣଙ୍କର ଏବେ ଯାଏଁ ଏଥିରେ ମୃତ୍ୟୁ ହୋଇଛି । ମାର୍ଚ୍ଚ ମାସରେ ଗିଲଗିଟ ବାଲୋଚିସ୍ତାନର ଜଣେ ଯୁବ ଡାକ୍ତର ଉସାମା ରିଆଜଙ୍କର ଏଥିରେ ମୃତ୍ୟୁ ହେବା ପରେ ଦେଶରେ ଡାକ୍ତରଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଖ୍ୟାବେର ପଖଟୁଙ୍କୱାରେ ସର୍ବାଧିକ 103 ମାମଲା ଥିବାବେଳେ ପଞ୍ଜାବରେ 102 ଆକ୍ରାନ୍ତ ଅଛନ୍ତି । ପୂର୍ବରୁ ଡାକ୍ତର ଓ ନର୍ସମାନେ ଆବଶ୍ୟକ ପରିମାଣରେ ପିପିଇ କିଟ୍ସ ପାଇନଥିବାରୁ ଏନେଇ ବିଭିନ୍ନ ସମୟରେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.