ETV Bharat / international

ଉହାନରେ ପୁଣି ବ୍ୟାପିଲା କୋରୋନା, କୋଟିଏରୁ ଊର୍ଦ୍ଧ୍ବ ନମୁନା ଯାଞ୍ଚ କଲା ଚୀନ - china more than 10 million samples were tested

ଚୀନରେ ଉହାନ ସହରରେ ପୁଣି ବ୍ୟାପିଲାଣି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି 1 କୋଟି 20 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ 1 କୋଟି 12 ଲକ୍ଷ 30 ହଜାର ନମୁନା ପରୀକ୍ଷା କରାଯାଛି । ଅଧିକ ପଢନ୍ତୁ...

ଚୀନ ଉହାନରେ ପୁଣି ବ୍ୟାପିଲା କୋରୋନା, ହେଲାଣି ୧ କୋଟିରୁ ଉର୍ଦ୍ଧ୍ବ ନମୁନା ଯାଞ୍ଚ

author img

By

Published : Aug 8, 2021, 8:25 AM IST

ବେଜିଂ: ଚୀନରେ ଉହାନ ସହରରେ ପୁଣି ବ୍ୟାପିଲାଣି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି 1 କୋଟି 20 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ 1 କୋଟି 12 ଲକ୍ଷ 30 ହଜାର ନମୁନା ପରୀକ୍ଷା କରାସରିଲାଣି । ଶନିବାର ଦିନ ଏନେଇ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । 2019ରେ ଉହାନରେ କୋରୋନା ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଏହାକୁ କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଏ । କିନ୍ତୁ ବର୍ତ୍ତମାନ, ଉହାନରେ ସ୍ଥାନୀୟ ସଂକ୍ରମଣର 6ଟି ମାମଲା ଏବଂ 15ଟି ବିନା ଲକ୍ଷଣ ମାମଲା ସାମ୍ନାକୁ ଆସିଛି ।

ଶୁକ୍ରବାର ସୁଦ୍ଧା ହୁବେଇ ପ୍ରଦେଶର ରାଜଧାନୀ ଉହାନରେ କୋଭିଡ-19ର 47 ଟି ମାମଲା ସାମ୍ନାକୁ ଆସିଛି । ଏଥିରେ 31ଟି ସ୍ଥାନୀୟ ସଂକ୍ରମଣ ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବିକ, ଉହାନରେ ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା ପାଇଁ 1 କୋଟି 12 ଲକ୍ଷ 30 ହଜାରରୁ ଅଧିକ ନମୁନା ସଂଗ୍ରହ କରାଯାଇଥିଲା । ସରକାରଙ୍କ ଦ୍ବାରା ପରିଚାଳିତ ନ୍ୟୁଜ୍ ଏଜେନ୍ସି ଷିନ୍ହୁଆ ରିପୋର୍ଟ କରିଛି ଯେ, ଡାକ୍ତରୀ ସମୀକ୍ଷା ସମୟରେ ବିନା ଲକ୍ଷଣର 64ଟି ମାମଲା ମଧ୍ୟ ରିପୋର୍ଟ କରାଯାଇଛି ।

ହୁବେଇ ପ୍ରଦେଶର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଲି ୟାଙ୍ଗ ଶନିବାର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ସହର ଅଗଷ୍ଟ 4ରେ ଏକ ନୂତନ, COVID ଟେଷ୍ଟିଂ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ 1 କୋଟି 80 ଲକ୍ଷ ନମୁନାର ପରୀକ୍ଷା ଫଳାଫଳ ଏଠାରେ ଉପଲବ୍ଧ ।

ଏହାପୂର୍ବରୁ ଡିସେମ୍ବର 2019ରେ ସହରରେ ସଂକ୍ରମଣ ମାମଲା ବୃଦ୍ଧିକୁ ନିୟନ୍ତ୍ରଣକୁ ଅଣାଯାଇଥୁଲା । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର କହିଛି ଯେ ଶୁକ୍ରବାର ଦିନ କୋଭିଡ -19 ର 139 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଫଳରେ ମୋଟ ମାମଲା 93,605କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 1,444 ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ 39 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାସହ 4,636 ରୋଗୀଙ୍କର ମୃତ୍ୟୁ ହୋଇସାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.