ETV Bharat / international

ହଂକଂରେ କୋରୋନା ସ୍ଥିତି ଅନିୟନ୍ତ୍ରିତ

author img

By

Published : Jul 20, 2020, 3:13 PM IST

ଚୀନକୁ ପୁଣି କୋରୋନା ଫେରିବା ପରେ ହଂକଂରେ ଅନିୟନ୍ତ୍ରିତ ବୃଦ୍ଧି ପାଉଛି ସଂକ୍ରମଣ ମାମଲା । ଏନେଇ ରବିବାର ହଂକଂର ଜଣେ ନେତା କୋରୋନା ସ୍ଥିତି ସାଙ୍ଘାତିକ ହୋଇପଡିଥିବା କହିଛନ୍ତି । ଅଧିକ ପଢନ୍ତୁ..

ହଂକଂରେ କୋରୋନା ସ୍ଥିତି ସାଙ୍ଘାତିକ ଓ ନିୟନ୍ତ୍ରଣ ବାହାରେ

ହଂକଂ : ପୁଣି ଚୀନକୁ ଲେଉଟିଛି କୋରୋନା । ଏଥର ହଂକଂରେ 100ଟି ନୂଆ ମାମଲା ଚିହ୍ନଟ ପରେ ବେକାବୁ ହୋଇପଡିଛି ସ୍ଥିତି । ଫଳରେ ଏହାକୁ ନିୟନ୍ତ୍ରଣ କରିବା ଏବେ କଷ୍ଟକର ହୋଇପଡିଛି ବୋଲି ରବିବାର ଫାଇନାନ୍ସ ହବର ଜଣେ ନେତା କହିଛନ୍ତି । ସେପଟେ ସାମାଜିକ ଦୂରତା ନିୟମକୁ କଡାକଡି କରାଯାଇଛି । ହଂକଂରେ 100ଟି ନୂଆ ମାମଲା ଚିହ୍ନଟ ହୋଇଛି ।

କେନ୍ଦ୍ରୀୟ ଚାଇନାରୁ ବାହାରିବା ପରେ ଫାଇନାନ୍ସ ହବରେ ହିଁ ପ୍ରଥମେ କୋରୋନା ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ସହର ଭାଇରସକୁ ହରାଇବାରେ ଚମତ୍କାର ସଫଳ ପାଇଥିଲା । ଜୁନ ଶେଷ ବେଳକୁ ପୁଣି ସ୍ଥାନୀୟ ସଂକ୍ରମଣ ହ୍ରାସ ପାଇଥିଲା ।

ଗତ 2 ସପ୍ତାହ ମଧ୍ୟରେ, ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ଏହି ନୂତନ ମାମଲା ଡାକ୍ତରମାନେ ଭୟ କରୁଛନ୍ତି ଯେ, ଏହି ଭାଇରସ ବର୍ତ୍ତମାନ 7.5 ମିଲିୟନ ଜନବସ୍ତି ଆଡକୁ ବ୍ୟାପିବାରେ ଲାଗିଛି ।

ରବିବାର ମୁଖ୍ୟ କାର୍ଯ୍ୟନିର୍ବାହୀ କାରୀ ଲାମ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ 500 ରୁ ଅଧିକ ସଂକ୍ରମଣ ନିଶ୍ଚିତ ହୋଇଛି, ଏହି ରୋଗ ଆରମ୍ଭ ହେବାର ପ୍ରାୟ ଏକ ତୃତୀୟାଂଶ। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁସାରେ ରବିବାର 108 ଟି ନୂତନ ସଂକ୍ରମଣ ରିପୋର୍ଟ କରାଯାଇଥିଲା । ଯାହା ଫାଇନାନ୍ସ ହବ ପାଇଁ ସର୍ବାଧିକ ରହିଥିଲା । ବର୍ତ୍ତମାନ ମୋଟ ମାମଲା 1,886 ମାମଲାରେ ପହଞ୍ଚି ।

ଲାମ ଗଣମାଧ୍ୟମକୁ କହିଛନ୍ତି ଯେ, ବାସ୍ତବରେ ପରିସ୍ଥିତି ଗୁରୁତର ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ବାହାରକୁ ଚାଲିଯାଇଛି । ଏହାର ମୁକାବିଲା ପାଇଁ ଲାମ ଗତ ସପ୍ତାହରେ ନୂତନ ସାମାଜିକ ଦୂରତା ପଦକ୍ଷେପ ଘୋଷଣା କରିଥିଲେ । ଏଥିସହ ବାର, ଜିମ୍ ଏବଂ ନାଇଟ୍ କ୍ଲବ୍ ସମେତ ଅନେକ ବ୍ୟବସାୟ ବନ୍ଦ କରି ସମସ୍ତଙ୍କୁ ସାଧାରଣ ପରିବହନରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.