ସିଓଲ: ଦକ୍ଷିଣ କୋରିଆରେ କମିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 18 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଫେବୃଆରୀଠାରୁ ଆରମ୍ଭ ହୋଇଥିବା ସଂକ୍ରମଣରେ ଏଯାବତ ଏହା ସବୁଠାରୁ ବଡ ବିଜୟ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,653ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା 232ରେ ସ୍ଥିର ରହିଛି ।
ତେବେ ଏହି ବିଜୟ ପଛରେ ସବୁଠାରୁ ବଡ ସାହାଯ୍ୟ କରିଛି ସାମାଜିକ ଦୂରତା । ଏନେଇ ଶନିବାର ଦକ୍ଷିଣ କୋରିଆର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଓ ପ୍ରିଭେନ୍ସନ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହ ଡିଏଗୁରେ ମଧ୍ୟ ବର୍ତ୍ତମାନ ନୂଆ ଆକ୍ରାନ୍ତ ସଂଖ୍ୟା କମି ହଜାରେ ତଳକୁ ରହିଛି । ଏଥିସହ ଦେଶରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି ।
ତେବେ ଦେଶରେ ଚିହ୍ନଟ ମାମଲା ମଧ୍ୟରୁ 993 ଟି ମାମଲା ବାହରୁ ଆସିଥିବା ନାଗରିକଙ୍କଠାରେ ଚିହ୍ନଟ ହୋଇଛି । ଏନେଇ ଉପସ୍ବାସ୍ଥ୍ୟ ମନ୍ତ୍ରୀ ଦେଶରେ ଆରମ୍ଭ ହୋଇଥିବା ଏହି ବିଜୟଧାରାକୁ ବଜାୟ ରଖିବା ପାଇଁ ଉଚ୍ଚ କମିଟି ଗଠନ କରି ଏହି ଦାୟିତ୍ବ ଦେଇଛନ୍ତି ।