ETV Bharat / international

ବାଂଲାଦେଶରେ କୋରୋନା ତାଣ୍ଡବ, 50ରୁ ଊର୍ଦ୍ଧ୍ବ ରେଡ ଜୋନ ଚିହ୍ନଟ

author img

By

Published : Jun 15, 2020, 5:35 PM IST

ସୋମବାର ସୁଦ୍ଧା ଦେଶରେ ପ୍ରାୟ 50ରୁ ଊର୍ଦ୍ଧ୍ବ ରେଡ ଜୋନ ଚିହ୍ନଟ ହୋଇଥିବା ଜଣା ପଡିଛି । ଏହି ଅଞ୍ଚଳଗୁଡିକରେ କୋରୋନା ସଂକ୍ରମଣ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଉଛି ।

corona situation in bangladesh, corona update in bangladesh, red zones in bangladesh, bangladesh latest news, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, ବାଂଲାଦେଶରେ ରେଡ ଜୋନ, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌
ବାଂଲାଦେଶରେ କୋରୋନା ତାଣ୍ଡବ, 50ରୁ ଉର୍ଦ୍ଧ୍ବ ରେଡ ଜୋନ ଚିହ୍ନଟ

ଢାକା: କିଛି ଦିନର ବିରତି ପରେ ବାଂଲାଦେଶକୁ ପୁଣି ଫେରିଛି କୋରୋନା ଆତଙ୍କ । ଦେଶରେ ହୁ ହୁ ହୋଇ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଛତୁ ଫୁଟିବା ଭଳି ଉଭା ହେଉଛି ନୂଆ ନୂଆ ରେଡ ଜୋନ । ପ୍ରାୟ ଦୁଇ ସପ୍ତାହ ତଳେ ବାଂଲାଦେଶରେ ଲକଡାଉନ କଟକଣା କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହାର କିଛି ଦିନ ପରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କ୍ୟାମ୍ପ ପାଖ ଅଞ୍ଚଳରେ କୋରୋନାର ପ୍ରାଦୁର୍ଭାବ ଦେଖାଦେବାରୁ ପୁଣି ପର୍ଯ୍ୟାୟ କ୍ରମେ ଲକଡାଉନ ଲାଗୁ ପାଇଁ ଘୋଷଣା କରିଥିଲେ ହସିନା ସରକାର ।

ଏହି କ୍ରମରେ ସୋମବାର ସୁଦ୍ଧା ଦେଶରେ ପ୍ରାୟ 50ରୁ ଊର୍ଦ୍ଧ୍ବ ରେଡ ଜୋନ ଚିହ୍ନଟ ହୋଇଥିବା ଜଣା ପଡିଛି । ଏହି ଅଞ୍ଚଳଗୁଡିକରେ କୋରୋନା ସଂକ୍ରମଣ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଉଛି । ତେବେ ଚିହ୍ନଟ ହୋଇଥିବା ରେଡଜୋନ ମଧ୍ୟରେ ରାଜଧାନୀ ଢାକାରେ 45 ଓ ଛତ୍ତୋଗ୍ରାମ ଓ ଅନ୍ୟ ଉପଜିଲ୍ଲା ନାରାୟଣଗଞ୍ଜ, ଗାଜିପୁର ଓ ନରସିଙ୍ଗଡିର 11ଟି ଅଞ୍ଚଳ ରେଡ ଜୋନ ଭାବେ ଚିହ୍ନଟ ହୋଇଛି । ଏନେଇ ସୋମବାର ସୂଚନା ଦେଇଛି କୋରୋନା ଲଢେଇ ପାଇଁ ପ୍ରସ୍ତୁତ ଜାତୀୟ କମିଟି ।

ଏହି କମିଟିର ରିପୋର୍ଟ ମୁତାବକ ଢାକା ଓ ଛତ୍ତୋଗ୍ରାମର ରେଡ ଜୋନ ଗୁଡିକରେ ଗତ 14 ଦିନ ମଧ୍ୟରେ ପ୍ରାୟ 1 ଲକ୍ଷ ଟେଷ୍ଟିଂରୁ 60 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଅଞ୍ଚଳଗୁଡିକରେ 1ଲକ୍ଷରେ ମାତ୍ର 10 ଜଣ ପଜିଟିଭ ଚିହ୍ନଟ ହୋଇଥିବା ଦେଖାଯାଇଛି । ତେବେ ସଦ୍ୟ ଚିହ୍ନଟ ରେଡ ଜୋନ ଗୁଡିକରୁ ସାମ୍ପ୍ରଦାୟିକ ସଂକ୍ରମଣ ଯେପରି ଆରମ୍ଭ ନହୁଏ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ ପୋଲିସ ପ୍ରଶାସନ ସଜାଗ ହୋଇପଡିଛି । ହେଲେ ଏହି ଅଞ୍ଚଳଗୁଡିକରେ ଲକଡାଉନ କଟକଣା ଜାରି ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜାହିଦ ମଲ୍ଲିକ ସୂଚନା ଦେଇଛନ୍ତି କି ଢାକାରେ ମୁଖ୍ୟତଃ ଲକଡାଉନ ଲାଗୁ ପାଇଁ ସମସ୍ତ ପ୍ରସ୍ତୁତି ସରିନଥିବାରୁ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଯଦି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ଅଞ୍ଚଳଗୁଡିକରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତ୍ବରିତ କରିବେ ତେବେ ଦରକାର ପଡିଲେ 24 ଘଣ୍ଟା ମଧ୍ୟରେ ଏଠାରେ ଲକଡାଉନ ନିୟମ ଘୋଷଣା କରାଯିବ । ସେପଟେ ଢାକା ଉତ୍ତରାଞ୍ଚଳ ନଗର ନିଗମର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ବ୍ରିଗେଡିୟର ଜେନେରାଲ ମୋମିନୁର ରହମାନ ମାମୁନ କହିଛନ୍ତି କି ରେଡ ଜୋନ ଗୁଡିକରେ ସ୍ଥିତି ଅନୁଧ୍ୟାନ ଜାରି ରହିଛି । ବର୍ତ୍ତମାନ ହସ୍ତଗତ ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ଅନୁଧ୍ୟାନ କରାଯାଉଛି । ଏହା ରେଡ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବାରେ ସହାୟକ ହେବ ।

ସୂଚନା ମୁତାବକ ମେ’ 31ରେ ବାଂଲାଦେଶରେ ଲକଡାଉନ ଶେଷ ହୋଇଥିବା ବେଳେ ଧିରେ ଧିରେ କଟକଣା କୋହଳ କରାଯାଇଥିଲା । ହେଲେ ପୁଣି କିଛି ପଜିଟିଭ ମାମଲା ଚିହ୍ନଟ ହେବାରୁ ଅଞ୍ଚଳଗୁଡିକୁ ରେଡ, ୟେଲୋ ଓ ଗ୍ରୀନ ଜୋନ ଭାବେ ବିଭକ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା87,520 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା 1171ରେ ପହଞ୍ଚିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.