ETV Bharat / international

କୋରୋନା ମୁକାବିଲା: ପାକିସ୍ତାନକୁ ଔଷଧ ଯୋଗାଇବ ବନ୍ଧୁ ଚୀନ - କୋରୋନା ଭାଇରସ ନ୍ୟୁଜ୍‌

ଧିରେ ଧିରେ ପାକିସ୍ତାନ ହାତରୁ ଖସୁଛି କୋରୋନା ପରିସ୍ଥିତି । ଏମିତିରେ ଜରୁରୀ ଔଷଧ ସହ ସହଯୋଗର ହାତ ବଢାଇଛି ମିତ୍ର ଚୀନ ।

corona fight, corona in pakistan, china helps pakistan, coronavirus news, corona update, କୋରୋନା ମୁକାବିଲା, ପାକିସ୍ତାନରେ କୋରୋନା, ଚୀନର ପାକିସ୍ତାନକୁ ସହାୟତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
କୋରୋନା ମୁକାବିଲା: ପାକିସ୍ତାନକୁ ଔଷଧ ଯୋଗାଇବ ବନ୍ଧୁ ଚୀନ
author img

By

Published : Apr 11, 2020, 7:24 PM IST

ଇସଲାମାବାଦ: ଧିରେ ଧିରେ ପାକିସ୍ତାନ ହାତରୁ ଖସୁଛି କୋରୋନା ପରିସ୍ଥିତି । ଶୁକ୍ରବାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 4500 ଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଏହା 4,788ରେ ପହଞ୍ଚିଛି । ସେପଟେ ଆଉ 5 ଜଣଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା 71ରେ ପହଞ୍ଚିଛି । ଏମିତିରେ ଜରୁରୀ ଔଷଧ ସହ ସହଯୋଗର ହାତ ବଢାଇଛି ମିତ୍ର ଚୀନ ।

ଶନିବାର ସକାଳେ ଏନେଇ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି କି ପାକିସ୍ତାନରେ କୋରୋନା ସହ ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି ଚୀନ । ଏହା ପୂର୍ବରୁ ଚୀନ କିଛି ଔଷଧ ଯୋଗାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଓ ଆବଶ୍ୟକତାକୁ ନଜରରେ ରଖି ଆହୁରି କିଛି ଔଷଧ ଯୋଗାଇବା ପାଇଁ କହିଛି ଚୀନ ।

ଏନେଇ ଚୀନରୁ ଔଷଧ ଧରି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ)ର ଗୋଟିଏ ବିମାନ ପାକିସ୍ତାନ ଫେରିବ । ଚୀନରୁ ଆସିବାକୁ ଥିବା ଏହା ଦ୍ବିତୀୟ ବିମାନ । ଯାହା ଆଗାମୀ ଦୁଇ ଦିନରେ ପାକିସ୍ତାନ ପହଞ୍ଚିବାର ସୂଚନା ରହିଛି । ଏହି ବିମାନରେ ଅତିରିକ୍ତ 50 ଭେଣ୍ଟିଲେଟର, ଅନ୍ୟାନ୍ୟ ଡାକ୍ତରୀ ଯନ୍ତ୍ରପାତି, ପିପିଇ ରହିଛି । ସେପଟେ ଅନ୍ୟ ଏକ ବିମାନରେ ରିଲିଫ ସାମଗ୍ରୀ ରହିଛି ।

ଏହାପୂର୍ବରୁ ମାର୍ଚ୍ଚ 27ରେ ପାକିସ୍ତାନ ଓ ଚୀନ ମଧ୍ୟରେ ଥିବା ଖୁନଜିରାବ ପାସକୁ ଗୋଟିଏ ଦିନ ପାଇଁ ଖୋଲା ଯାଇଥିଲା । ଯାହାର ଉଦ୍ଦେଶ୍ୟ ରହିଥିଲା ଚୀନରୁ ପାକିସ୍ତାନକୁ ଔଷଧ ଓ ମେଡିକାଲ ସାମଗ୍ରୀର ପ୍ରେରଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.