ETV Bharat / international

ରମଜାନକୁ କୋରୋନା ଡର, ଉଚ୍ଚସ୍ତରୀୟ ସହାୟତା ଅପିଲ କଲେ ଇମରାନ

author img

By

Published : Apr 18, 2020, 12:44 AM IST

ଆଉ ଦିନ କେଇଟା ପରେ ଆରମ୍ଭ ହେବ ରମଜାନର ମାସ । ଆସନ୍ତା ଏପ୍ରିଲ 23ରୁ ରମଜାନ ମାସ ଆରମ୍ଭ ହେବାକୁ ଥିବା ବେଳେ ଦେଶରେ କୋରୋନା ସ୍ଥିତି ମଧ୍ୟ ସଙ୍କଟାପନ୍ନ ହେବାରେ ଲାଗିଛି ।

corona in pakistan, corona fear to ramjan, imran khan, corona situation in pakistan, coronavirus news, corona update, ପାକିସ୍ତାରୋ କୋରନା, ରମଜାନରେ କୋରୋନା ଡର, ଇମରାନ ଖାନ, ପାକିସ୍ତାନରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
ରମଜାନକୁ କୋରୋନା ଡର, ଉଚ୍ଚସ୍ତରୀୟ ସହାୟତା ଅପିଲ କଲେ ଇମରାନ

ଇସଲାମାବାଦ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ରମଜାନର ମାସ । ଆସନ୍ତା ଏପ୍ରିଲ 23ରୁ ରମଜାନ ମାସ ଆରମ୍ଭ ହେବାକୁ ଥିବା ବେଳେ ଦେଶରେ କୋରୋନା ସ୍ଥିତି ମଧ୍ୟ ସଙ୍କଟାପନ୍ନ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7125ରେ ପହଞ୍ଚିଥିବା ଏକ ଚିନ୍ତାଜନକ ବିଷୟ । ତେଣୁ ରମଜାନ ଆରମ୍ଭ ହେବା ପୂର୍ବରୁ ହିଁ ଉଚିତ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ଇମରାନ ଖାନ ଅପିଲ କରିଛନ୍ତି ।

ଗୁରୁବାର ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର(ଏନସିଓସି) ସହ ଆୟୋଜିତ ବୈଠକରେ ଯୋଗ ଦେଇ ଇମରାନ ଏହି କଥା ସ୍ପଷ୍ଟ କରିଛନ୍ତି । ଏହି କମିଟି ସ୍ବତନ୍ତ୍ର ଭାବେ କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ଯେକୌଣସି ପଦକ୍ଷେପ ନେବାର ଏହି କମିଟି ପାଖରେ ଅଧିକାର ରହିଛି । ତେବେ ବୈଠକରେ ଇମରାନ କହିଥିଲେ କି ଗତ ଦୁଇ ଦିନରେ ଅଧିକ ଟେଷ୍ଟିଂ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ।

ତେଣୁ ରମଜାନକୁ ନଜରରେ ରଖି ଦେଶରେ କୋରୋନା ସମ୍ବନ୍ଧୀୟ ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ ଇମରାନ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ରିପୋର୍ଟରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା, ଟେଷ୍ଟିଂ ସଂଖ୍ୟା ଓ ଆକ୍ରାନ୍ତଙ୍କ ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ବିଷୟରେ ତଥ୍ୟ ଦେବାକୁ ହେବ । ଏହି ଆଧରରେ ହିଁ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଇପାରିବ ତାହା ନିର୍ଦ୍ଧାରଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.