ETV Bharat / international

ନେପାଳରେ ସାଟେଲାଇଟରେ ଟ୍ରାକ ହେଉଛନ୍ତି ଲାଲ ପାଣ୍ଡା - ନେପାଳରେ ଲାଲ ପାଣ୍ଡାଙ୍କ ଟ୍ରାକିଂ

ଅନେକ ପ୍ରଜାତିର ପଶୁ ଏବେ ଶେଷ ହେବାକୁ ବସିଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛି ବିରଳ ଲାଲ ପାଣ୍ଡା । ଯାହା ଏବେ ନେପାଳର ପର୍ବତମାଳାରେ ଦେଖିବାକୁ ମିଳୁଛି । ତେବେ ଲୁପ୍ତ ହେବାକୁ ବସିଥିବା ଏହି ପ୍ରଜାତିର ଗତିବିଧିକୁ ଏବେ ସାଟେଲାଇଟରେ ଟ୍ରାକ କରୁଛନ୍ତି ସଂରକ୍ଷଣବାଦୀ ।

red panda in nepal, rare red panda, tracking of red panda in nepal, satellite tracking of red panda, ନେପାଳରେ ଲାଲ ପାଣ୍ଡା, ବିରଳ ଲାଲ ପାଣ୍ଡା, ନେପାଳରେ ଲାଲ ପାଣ୍ଡାଙ୍କ ଟ୍ରାକିଂ, ଲାଲ ପାଣ୍ଡାଙ୍କ ସାଟେଲାଇଟ ଟ୍ରାକିଂ
ନେପାଳରେ ଲାଲ ପାଣ୍ଡାଙ୍କୁ ସାଟେଲାଇଟରେ ଟ୍ରାକ କରୁଛନ୍ତି ସଂରକ୍ଷଣବାଦୀ
author img

By

Published : Jun 13, 2020, 8:38 PM IST

କାଠମାଣ୍ଡୁ: ଧିରେ ଧିରେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହେବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ପଶୁ ସମ୍ପଦ । ହଜାର ହଜାର ବର୍ଷ ଧରି ପ୍ରକୃତି ଉପରେ ମଣିଷ ନିଜର ମନମାନି ଚଳାଇଥିବା ବେଳେ ପ୍ରାକୃତିକ ପରିବର୍ତ୍ତନରେ ଖାପଖୁଆଇ ନପାରି ବୁଡିଯାଇଛି ଅନେକ ବିରଳ ପ୍ରଜାତି । ଅନ୍ୟପଟେ ଅନେକ ପ୍ରଜାତିର ପଶୁ ଏବେ ଶେଷ ହେବାକୁ ବସିଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛି ବିରଳ ଲାଲ ପାଣ୍ଡା । ଯାହା ଏବେ ନେପାଳର ପର୍ବତମାଳାରେ ଦେଖିବାକୁ ମିଳୁଛି । ତେବେ ଲୁପ୍ତ ହେବାକୁ ବସିଥିବା ଏହି ପ୍ରଜାତିର ଗତିବିଧିକୁ ଏବେ ସାଟେଲାଇଟରେ ଟ୍ରାକ କରୁଛନ୍ତି ସଂରକ୍ଷଣବାଦୀ ।

ପୂର୍ବ ହିମାଳୟ ଓ ଦକ୍ଷିଣ-ପଶ୍ଚିମ ଚୀନରେ ମୁଖ୍ୟତଃ ଦେଖାଯାଉଥିବା ଏହି ପ୍ରଜାତିରେ ପଶୁଙ୍କ ସଂଖ୍ୟା ବିଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବେଗରେ ହ୍ରାସ ପାଉଥିବା ଦେଖାଯାଉଛି । ଏମାନଙ୍କ ଶାରିରୀକ ଗଠନକୁ ଦେଖି ଏମାନଙ୍କୁ ରାକୁନ ଶ୍ରେଣୀର ପଶୁଙ୍କ ସମ୍ପର୍କୀୟ ବୋଲି ବିବେଚନା କରାଯାଏ । ହେଲେ ପରବର୍ତ୍ତୀ ସମୟରେ ଏମାନଙ୍କ ହାବ ଭାବ ଦେଖି ଏମାନଙ୍କୁ ଭାଲୁ ଶ୍ରେଣୀୟ ବୋଲି ଆକଳନ କରାଯାଇଥିଲା ।

ତେବେ ଏମାନଙ୍କୁ ଟ୍ରାକ କରିବା ପାଇଁ ସଂରକ୍ଷଣବାଦୀମାନେ ବ୍ୟବହାର କରୁଥିବା ଜିପିଏସ କଲାରଗୁଡିକ ସଠିକ୍‌ ଭାବେ କାମ କରୁଛି ଓ ଏହା ଦ୍ବାରା ଭଲ ଫଳାଫଳ ମିଳୁଥିବା ପ୍ରକାଶ କରିଛନ୍ତି । ଏଥିପାଇଁ ନେପାଳ ସରକାର, ବୈଜ୍ଞାନିକ ଓ ପଶୁ ଚିକିତ୍ସମାନେ ଭରପୂର ସହଯୋଗ କରୁଥିବା ବେଳେ ଏହି ପ୍ରକ୍ରିୟାରେ ପାହାଡରେ ଥିବା 6ଟି ମାଇ ଓ 4ଟି ଅଣ୍ଡିରା ଲାଲ ପାଣ୍ଡାଙ୍କୁ ଦୈନିକ ଟ୍ରାକ କରାଯାଉଛି । ସେପଟେ ଆଶା ରହିଛି କି ବଳକା ଏହି ପାଣ୍ଡାଙ୍କ ସୁରକ୍ଷା ସହ କିପରି ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ସେନେଇ ଟ୍ରାକିଂ ଦ୍ବାରା କିଛି ସୁଫଳ ମିଳିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.