ETV Bharat / international

ପାକିସ୍ତାନରେ ପୁଣି ସଂଖ୍ୟାଲଘୁ ଯୁବତୀଙ୍କୁ ଅପହରଣ - ବନ୍ଧୁକ ମୁନରେ ଅପହରଣ

ୟୋହୋନାବାଦ ସହରରେ ଜଣେ ଖ୍ରୀଷ୍ଟିଆନ୍ ଯୁବତୀକୁ କିଛି ମୁସଲିମ ବ୍ୟକ୍ତି ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ ହୋଇଛି । ଝିଅଟି ଫ୍ୟାକ୍ଚ୍ରିର ଗାଡିକୁ ଅପେକ୍ଷା କରିଥିବାବେଳେ 2ରୁ 3 ଜଣ ତାକୁ ଅପହରଣ କରିଥିଲେ । ଅଧିକ ପଢନ୍ତୁ...

ଥମୁନି ସଙ୍କଟ, ପାକିସ୍ତାନରେ ପୁଣି ସଂଖ୍ୟାଲଘୁ ଯୁବତୀ ଅପହରଣ

author img

By

Published : Jun 10, 2020, 9:40 PM IST

ଲାହୋର: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଦୁଃଖ ଥମିବାର ନାମ ନେଉନି । ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ଯୁବତୀଙ୍କ ଉପରେ ଅତ୍ୟାଚାରର ଅନେକ ଖବର ପୂର୍ବରୁ ଦେଖିବାକୁ ମିଳିଛି । ଗତ ସୋମବାର ସେହିପରି ଏକ ଘଟଣା ପାକିସ୍ତାନ ପଞ୍ଜାବର ପ୍ରଦେଶର ଲାହୋରରେ ଘଟିଛି ।

ୟୋହୋନାବାଦ ସହରରେ ଜଣେ ଖ୍ରୀଷ୍ଟିଆନ୍ ଯୁବତୀକୁ କିଛି ମୁସଲିମ ବ୍ୟକ୍ତି ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ ହୋଇଛି । ଝିଅଟି ଫ୍ୟାକ୍ଚ୍ରିର ଗାଡିକୁ ଅପେକ୍ଷା କରିଥିବାବେଳେ 2ରୁ 3 ଜଣ ତାକୁ ଅପହରଣ କରିଥିଲେ । ଏହାସହ ସେଠାରେ ଉପସ୍ଥିତ ତାହାର ଅନ୍ୟ ସାଥୀଙ୍କୁ ଧମକାଇଥିଲେ ବୋଲି ସେମାନେ ପୋଲିସରେ ଅଭିଯୋଗ କରିଛନ୍ତି । ଜଣେ ରାଜନୈତିକ ଓ ସୁରକ୍ଷା ସମୀକ୍ଷକ ତନଭୀର ଏହି ଭିଡିଓ ନିଜ ଟ୍ବିଟରରେ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନରେ ଖ୍ରୀଷ୍ଟିଆନଙ୍କ ଉପରେ ଲଗାତାର ଏପରି ଆକ୍ରମଣ ଜାରି ରହିଛି ।

ତେବେ ଘଟଣାଟି ଜୁନ୍ 4ରେ ଘଟିଥିବା ବୋଲି ଭିଡିଓରୁ ଜଣାପଡୁଛି । ହେଲେ ଅପହୃତାର ମାଆ ସୋମବାର ଏହା ସମ୍ପର୍କରେ ମୁହଁ ଖୋଲିଛନ୍ତି । ଏହାସହ ଘଟଣାରେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ଓ ଭୟଭୀତ ଥିବା କହିଛନ୍ତି । ପୋଲିସରେ ଏହା ସମ୍ପର୍କରେ ଅଭିଯୋଗ ପରେ 2-3 ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ପରିବାରବର୍ଗ ଉକ୍ତ ଅଞ୍ଚଳର ରାଜନେତାଙ୍କ ଦ୍ବାରସ୍ତ ହେବା ସହ ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

ତେବେ ପଞ୍ଜାବରେ ଏହା କୌଣସି ନୂଆ ଘଟଣା ନୁହେଁ । ଏଠାରେ ପ୍ରାୟତଃ ଖ୍ରୀଷ୍ଟିଆନ୍ ଯୁବତୀ କାମ କରିବାକୁ ଯିବାବେଳେ ମୁସଲିମ ସମ୍ପ୍ରଦାୟଙ୍କ ଦ୍ବାରା ଅପହରଣ ହୋଇଥାନ୍ତି । ସେହିପରି ଅନେକ ଯୁବତୀଙ୍କୁ ଧମକ ଓ ଚେତାବନୀ ଦିଆଯାଇଥାଏ । ବିଶେଷ କରି ଅଧିକ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ହୋଇଥାଏ । ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀଙ୍କୁ ଅପହରଣ କରି ଧର୍ମ ବଳପୂର୍ବକ ପରିବର୍ତ୍ତନ କରାଯାଇଥାଏ । ନିକଟରେ ଏକ ଖ୍ରୀଷ୍ଟିଆନ ଝିଅକୁ ଘର ଭିତରେ ପଶି କିଛି ମୁସଲମାନ ବ୍ୟକ୍ତି ମାଡ ମାରିଥିଲେ । ଏପରିକି ଅଭିଯୋଗ କରିବାବେଳେ ପୋଲିସ ଅଭିଯୋଗକାରୀଙ୍କ ପରିବାର ସଦସ୍ୟଙ୍କୁ ମିଛ ଅଭିଯୋଗରେ ଅପହରଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.