ETV Bharat / international

ସ୍ବଦେଶ ଫେରିବା ଜିଦରେ ଚୀନ ନାଗରିକ-ନେପାଳୀ ପୋଲିସଙ୍କ ସଙ୍ଘର୍ଷ - ନେପାଳ ଖବର

କାଠମାଣ୍ଡୁର ସିଂହ ଦରବାର ସମ୍ମୁଖରେ ଶୁକ୍ରବାର 45 ଜଣ ଚୀନ ନାଗରିକ ପହଞ୍ଚି ସ୍ବଦେଶ ଫେରିବାକୁ ଜିଦ ଧରିଥିଲେ । ନେପାଳ ସରକାର ସେମାନଙ୍କ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଅଡି ବସିଥିଲେ । ଅଧିକ ପଢନ୍ତୁ...

ସ୍ବଦେଶ ଫେରିବା ଜିଦରେ ଚୀନ ନାଗରିକ-ନେପାଳୀ ପୋଲିସଙ୍କ ସଙ୍ଘର୍ଷ

author img

By

Published : May 9, 2020, 6:36 AM IST

କାଠମାଣ୍ଡୁ: ନେପାଳରେ କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧି ନିକଟରେ ବଢିଛି । ତେବେ ଏପରି ସମୟରେ ସ୍ବଦେଶ ଫେରିବାକୁ ଜିଦ ଧରିଛନ୍ତି କିଛି ଚୀନ ନାଗରିକ । ଏନେଇ ନେପାଳୀ ପୋଲିସଙ୍କ ସହ ସେମାନଙ୍କର ସଙ୍ଘର୍ଷ ହୋଇଛି ।

ଖବର ଅନୁସାରେ କାଠମାଣ୍ଡୁର ସିଂହ ଦରବାର ସମ୍ମୁଖରେ ଶୁକ୍ରବାର 45 ଜଣ ଚୀନ ନାଗରିକ ପହଞ୍ଚି ସ୍ବଦେଶ ଫେରିବାକୁ ଜିଦ ଧରିଥିଲେ । ନେପାଳ ସରକାର ସେମାନଙ୍କ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଅଡି ବସିଥିଲେ । କଟକଣା ଲାଗୁ ହୋଇଥିବାରୁ ସେମାନଙ୍କୁ ହଟାଇବାକୁ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ହଟିନଥିଲେ । ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ସଙ୍ଘର୍ଷରେ 6 ଜଣ ନେପାଳୀ ପୋଲିସ ଆହତ ହୋଇଛନ୍ତି । ସେହିପରି ପୋଲିସର ୟୁନିଫର୍ମ ଚିରିବା ଉଦ୍ୟମରେ 2 ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି । 45 ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି । ସେମାନେ ହାତରେ ଆମକୁ ଘରକୁ ଫେରାଇନିଅ ପ୍ଲାକାର୍ଡ ଧରି ବିକ୍ଷୋଭ କରୁଥିଲେ । ବର୍ତ୍ତମାନ ମେ 18 ଯାଏଁ ନେପାଳ ଲକଡାଉନ ଥିବାରୁ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.