ETV Bharat / international

ଚାଇନିଜ ଆପ୍‌ ବ୍ୟାନ ନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବ ଚୀନ

author img

By

Published : Jul 1, 2020, 7:10 AM IST

ଭାରତରେ ଚାଇନିଜ ଆପ୍‌ ବ୍ୟାନ ନଇ ସୋମବାର ଘୋଷଣା ହେବା ପରେ ମଙ୍ଗଳବାର ଚିନ୍ତା ପ୍ରକାଶ କରିଛି ସି ଜିନ ପିଙ୍ଗ ସରକାର । ଭାରତରେ ଟିକ୍‌ଟକ୍‌ ଓ ୱିଚାଟ ପରି 59ଟି ଆପ୍‌ରେ ବ୍ୟାନ ଲାଗିବା ପରେ ଚୀନ ସରକାରଙ୍କୁ ଜୋରଦାର ଝଟକା ଲାଗିଥିବା ଜଣା ପଡିଛି ।

chinese app banned in india, chinese app, india-china relation, china's reaction on ban of apps, ଭାରତରେ ଚାଇନିଜ ଆପ୍‌ ବ୍ୟାନ, ଚାଇନିଜ ଆପ୍‌, ଭାରତ-ଚୀନ ସମ୍ପର୍କ, ଚାଇନିଜ ଆପ୍‌ ବ୍ୟାନରେ ଚୀନର ପ୍ରତିକ୍ରିୟା
ଚାଇନିଜ ଆପ୍‌ ବ୍ୟାନ ନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବ ଚୀନ

ବେଜିଂ/ନୂଆଦିଲ୍ଲୀ: ଭାରତରେ ଚାଇନିଜ ଆପ୍‌ ବ୍ୟାନ ନଇ ସୋମବାର ଘୋଷଣା ହେବା ପରେ ମଙ୍ଗଳବାର ଚିନ୍ତା ପ୍ରକାଶ କରିଛି ସି ଜିନ ପିଙ୍ଗ ସରକାର । ଭାରତରେ ଟିକ୍‌ଟକ୍‌ ଓ ୱିଚାଟ ପରି 59ଟି ଆପ୍‌ରେ ବ୍ୟାନ ଲାଗିବା ପରେ ଚୀନ ସରକାରଙ୍କୁ ଜୋରଦାର ଝଟକା ଲାଗିଥିବା ଜଣା ପଡିଛି । ଏନେଇ ଦୈନିକ ବିବରଣୀରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜାଓ ଲିଜିଅନ କହିଛନ୍ତି କି ଚୀନ ଏନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବ ଓ ସ୍ଥିତିର ସମୀକ୍ଷା କରିବ । ଚୀନ ଏନେଇ ଚିନ୍ତିତ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଜାଓ ଏସମ୍ପର୍କରେ ସଫେଇ ଦେଇ କହିଛନ୍ତି କି ଚୀନରେ ପ୍ରସ୍ତୁତ ସମସ୍ତ ଆପ୍‌ର ଲକ୍ଷ୍ୟ ସବୁବେଳେ ଅନ୍ତର୍ଜାତୀୟସ୍ତରରେ ଆଞ୍ଚଳିକ ନୀତି ନିୟମର ପାଳନ କରିବା । ତେଣୁ ଭାରତରେ ଚୀନ ବ୍ୟବସାୟର ଅଧିକାରକୁ ବଜାୟ ରଖିବା ଭାରତର ଏକ ବଡ ଦାୟିତ୍ବ । କିନ୍ତୁ ଭାରତର ଏପରି ହଠାତ୍‌ ନିଷ୍ପତ୍ତି ଚୀନର ଦେଶରେ ରହିଥିବା ବ୍ୟାବସାୟିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ଜାଓ ପ୍ରତିକ୍ରିୟା ଦେଇଛନ୍ତି ।

ଏ ମାମଲାରେ ଜାଓ ଆଉ ଏକ ମତ ଦେଇ କହିଛନ୍ତି କି ଭାରତ ଓ ଚୀନ ମଧ୍ୟରେ ବାସ୍ତବିକ ସହଯୋଗିତ ଉଭୟ ଦେଶଙ୍କ ପାଇଁ ଲାଭଦାୟକ ହେବ । ସେପଟେ ସୂଚନା ମୁତବାକ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ସଂଘର୍ଷରେ 20 ଭାରତୀୟ ଜବାନ ଶହୀଦ ହେବା ପରେ ସୋମବାର ଭାରତ ସରକାର 59ଟି ଚାଇନିଜ ଆପ୍‌ରେ ବ୍ୟାନ ଲଗାଇଥିଲେ । ଏହି ଆପ୍‌ଗୁଡିକ ଭାରତର ସାର୍ବଭୌମତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋଟି କୋଟି ଭାରତୀୟ ମୋବାଇସ ୟୁଜର୍ସ ଓ ସେମାନଙ୍କ ଇଣ୍ଟରନେଟ ସେବାକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.