ETV Bharat / international

ଚୀନରେ ବାଣିଜ୍ୟିକ ଲାଭ ସହ ହ୍ରାସ ପାଇଲା ଆମଦାନୀ ମାତ୍ରା

author img

By

Published : Jun 7, 2020, 8:34 PM IST

ଗତ ମେ’ ମାସରେ ଚୀନର ବୈଦେଶିକ ମୂଦ୍ରା ଭଣ୍ଡାରରେ ସୃଷ୍ଟି ହୋଇଛି ନୂଆ ରେକର୍ଡ । ଭଣ୍ଡାରର ସୂଚକାଙ୍କ ବୃଦ୍ଧି ସହ ଦେଶରେ ଦ୍ରବ୍ୟ ଦର ଓ ଆମଦାନୀ ମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ଏନେଇ ରବିବାର ସୂଚନା ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ ।

business condition in china, foreign exchange reserve in china, import rate in china, ଚୀନରେ ବାଣିଜ୍ୟିକ ସ୍ଥିତି, ଚୀନରେ ବୈଦେଶିକ ମୂଦ୍ରା ଭଣ୍ଡାର ସ୍ଥିତି, ଚୀନରେ ଆମଦାନୀ ହାର, ଚୀନରେ ବ୍ୟାପାର ସ୍ଥିତି
ଚୀନରେ ବାଣିଜ୍ୟିକ ଲାଭ ସହ ହ୍ରାସ ପାଇଲା ଆମଦାନୀ ମାତ୍ରା

ବେଜିଂ: ଗତ ମେ’ ମାସରେ ଚୀନର ବୈଦେଶିକ ମୂଦ୍ରା ଭଣ୍ଡାରରେ ସୃଷ୍ଟି ହୋଇଛି ନୂଆ ରେକର୍ଡ । ଭଣ୍ଡାରର ସୂଚକାଙ୍କ ବୃଦ୍ଧି ସହ ଦେଶରେ ଦ୍ରବ୍ୟ ଦର ଓ ଆମଦାନୀ ମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ଏନେଇ ରବିବାର ସୂଚନା ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ତଥ୍ୟ ଆଧାରରେ ଏପ୍ରିଲ ମାସ ଶେଷ ସୁଦ୍ଧା ଦେଶରେ ବୈଦେଶିକ ମୂଦ୍ରା ଭଣ୍ଡାରରେ 3.0915 ଟ୍ରିଲିୟନ ଡଲାର ଅର୍ଥ ରହିଥିବା ବେଳେ ମେ’ ମାସ ଶେଷ ସୁଦ୍ଧା ଏହା 3.1017 ଟ୍ରିଲିୟନ ଡଲାରରେ ପହଞ୍ଚିଛି ।

ଅନ୍ୟପଟେ ସୁନା ଭଣ୍ଡାରରେ ଏପ୍ରିଲ ମାସ ଶେଷ ସୁଦ୍ଧା 106.67 ବିଲିୟନ ଡଲାର ଅର୍ଥ ରହିଥିବା ବେଳେ ମେ’ ମାସ ଶେଷ ସୁଦ୍ଧା ଏହା 108.29 ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଚୀନର ବୈଦେଶିକ ବ୍ୟାପାର ହାର ଗତବର୍ଷ ତୁଳନାରେ ଚଳିତବର୍ଷ ମେ’ ସୁଦ୍ଧା 4.9 ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଯାହାକି କଳ୍ପନାଠାରୁ କମ ରହିଥିବା କୁହାୟାଇଛି । ସମାନ ଭାବେ ଦେଶର ଆମଦାନୀ ମାତ୍ରା ମଧ୍ୟ ହ୍ରାସ ପାଇ 12.7 ପ୍ରତିଶତରେ ପହଞ୍ଚିଛି । ଫଳରେ ଉଦ୍ୟୋଗରେ ଲାଭ ବର୍ତ୍ତମାନ 62.93 ବିଲିୟନ ଡଲାରରେ ପହଞ୍ଚିଛି ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏପ୍ରିଲ ମାସରେ ବୈଦେଶିକ ବ୍ୟାପାର ମାତ୍ରା ଏପ୍ରିଲ ମାସରେ 0.7 ପ୍ରତିଶତ ହ୍ରାସ ପାଇଥିବା ବେଳେ ମେ’ ମାସରେ ଚୀନ ଅନ୍ତର୍ଜାତୀୟ ବ୍ୟାବସାୟିକ ଗତିବିଧିରେ ସୃଷ୍ଟି କରିଛି ନୂଆ ରେକର୍ଡ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.